Odisha Link
Bridging the Missing Links in Odisha

ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଫେସ୍‌ବୁକ୍‌ ପେଜ୍‌ ହ୍ୟାକ୍!

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଫେସ୍‌ବୁକ୍‌ ପେଜ୍‌ ହ୍ୟାକ୍‌ ହୋଇଥିବା ସନ୍ଦେହ ଉପୁଜିଛି। ଏ ନେଇ ନିଜେ ଡ. ସାହୁ ତାଙ୍କ ଅନ୍ୟ ଏକ ଫେସ୍‌ବୁକ୍‌ ପ୍ରୋଫାଇଲରେ ସୂଚନା ଦେଇଛନ୍ତି।

Dr. Arun Kumar Sahoo ନାମରେ ତାଙ୍କର ଏକ ପ୍ରମାଣିତ (certified) ଫେସ୍‌‌ବୁକ୍‌ ପେଜ୍‌ ରହିଛି। ୩୬ ହଜାରରୁ ଅଧିକ ବ୍ୟକ୍ତି ଏହି ପେଜ୍‌କୁ ପସନ୍ଦ କରିଥିବା ବେଳେ ପ୍ରାୟ ୪୮ ହଜାର ଅନୁଗାମୀ ଅଛନ୍ତି। ଡ. ସାହୁ ନିୟମିତ ଏହି ପୃଷ୍ଠାରେ ପୋଷ୍ଟ୍‌ ଦେଇଥା୍ଆନ୍ତି। ଏପରିକି ଗତକାଲି ବିଳମ୍ବିତ ରାତିରେ (ପ୍ରାୟ ୧୧ଟା ସମୟରେ) ସେ ଏହି ପେଜ୍‌ରେ ନିଜର ଶେଷ ପୋଷ୍ଟ ରଖିଥିଲେ। ତେବେ ରାତି ପ୍ରାୟ ୧୨ଟା ବେଳକୁ ସେ ନିଜ ପେଜ୍‌ ସଂଚାଳନ କରିବାକୁ ଅସମର୍ଥ ହୋଇଥିଲେ। ଏ ନେଇ ଏକ ସୂଚନା‌ ମଧ୍ୟ ତାଙ୍କୁ ମିଳିଥିଲା। “ଆପଣ Dr. Arun Kumar Sahoo ପୃଷ୍ଠାର ଆଡମିନ୍‌ ନାହାନ୍ତି” ବୋଲି ସୂଚନା‌ରେ ଉଲ୍ଲେଖ ରହିଥିବା ସେ ଜଣାଇଛନ୍ତି।

ଆଜି ଏ ନେଇ ଡ. ସାହୁ ପୁଲିସରେ ଏକ ଅଭିଯୋଗ ଦେବେ ବୋଲି ଜଣାଇଛନ୍ତି। ଏ ସମୟରେ ଯଦି ତାଙ୍କ ପେଜ୍‌ରେ କୌଣସି ପୋଷ୍ଟ୍‌ ହୁଏ, ତାହା ବୈଧ ନୁହେଁ ବୋଲି ସେ ଉଲ୍ଲେଖ କରିଛନ୍ତି।

Comments are closed.