Odisha Link
Bridging the Missing Links in Odisha

ଭୁବନେଶ୍ବରରୁ ଆଉ ୩୦୭ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ମଙ୍ଗଳବାର ରେକର୍ଡ ସଂଖ୍ୟକ ୪୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୩୫ ଜଣ ରହିଥିବା ବେଳେ ୧୭୨ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଏଥିସହ ୩୦୧ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ସୂଚନାଯୋଗ୍ୟ, ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୩୨ରେ ପହଁଞ୍ଚି ଥିବା ବେଳେ ମୋଟ ୬୬୩୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜଧାନୀରେ କରୋନାରେ ମୋଟ ୪୨ଜଣ ପ୍ରାଣ ହରାଇଥିବା ବେଳେ ୪୦୪୩ଟି ସକ୍ରିୟ କେସ୍ ରହିଛି।

Comments are closed.