Odisha Link
Bridging the Missing Links in Odisha

ଟାପୁରେ ଫସିଛନ୍ତି ହାତୀ ପଲ

ପଦ୍ମପୁର: ଉପରେମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ରାଜ୍ୟରେ ଅନେକ ନଦୀରେ ବନ୍ୟା ଆସିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। କେଉଠିଁ ବନ୍ୟା ପାଣିରେ ଲୋକେ ଫସି ରହିଛନ୍ତି ତ ପୁଣି କେଉଁଠି ଆଜି ପର୍ଯ୍ୟନ୍ତ ବନ୍ୟା ପାଣି ଛାଡୁ ନାହିଁ। ଏଥିରୁ ବାଦ ପଡିନାନ୍ତି ଜଙ୍ଗଲୀ ପଶୁ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ନଦୀରେ ବନ୍ୟା ପାଣି ଚାଲିଆସିବାରୁ ପଦ୍ମପୁର ଘନାମାଲଠାରେ ଫସିରହିଛନ୍ତି ୪ଟି ହାତୀ। ରାତିରେ ଞ୍ଝାଜ ପାହାଡ଼ରୁ କୁଠେଲା ଡୁଙ୍ଗୁରି ଦେଇ ବୁଢାପାହାଡକୁ ଅତିକ୍ରମ କରୁଥିଲେ ହାତୀ ପଲ।

ହେଲେ ଏହାର ମଝିରେ ଥିବା ଅଙ୍ଗନଦୀରେ ହଠାତ ବନ୍ୟା ପାଣି ପଳାଇଆସିଥିଲା। ଫଳରେ ବେଶି ପାଣି ଆସୁଥିବାରୁ ହାତୀ ନଦୀ ପାର ହୋଇନପାରି ଟପୁରେ ଫସିଯାଇଥିଲେ। ଚାରିଟି ହାତୀରୁ ଦୁଇଟି ଛୁଆ ହାତୀ ରହିଛନ୍ତି। ହାତୀକୁ ଦେଖିବାପାଇଁ ଲୋକଙ୍କ ଭିଡ଼ ଜମୁଥିବାରୁ ଲୋକ ଗହଳି ଦେଖି ୪ ହାତୀ ଘନାମାଲ ଜଙ୍ଗଲରେ ଅଟକି ଯାଇଛନ୍ତି ।

Comments are closed.