Odisha Link
Bridging the Missing Links in Odisha

ଜବତ ହେଲା ୪ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ !

ବଲାଙ୍ଗୀର: ବଲାଙ୍ଗୀରରେ ଅବକାରୀ ବିଭାଗ ମିଳିଛି ବଡ଼ ସଫଳତା। ଚୋରା ଚାଲାଣ ବେଳେ ବେସରକାରୀ ବସଷ୍ଟାଣ୍ଡ ନିକଟରୁ ଟ୍ରକରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗର ସ୍ଵତନ୍ତ୍ର ସ୍କ୍ୱାର୍ଡ । ଝାଡଖଣ୍ଡ ନଂ ଥିବା ଏକ ଟ୍ରକରୁ ଜବତ ମଧ୍ୟ ଜବତ ହୋଇଛି । ଟ୍ରକ ଡ୍ରାଇଭର ସମେତ ୩ଜଣ ଅଭିଯୁକ୍ତ ଗିରଫ।

ଝାଡଖଣ୍ଡରେ ଏକ ଟ୍ରକରେ ଗଞ୍ଜେଇ ଆସୁଥିବା ନେଇ ଅବକାରୀ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ଟ୍ରକକୁ ଏକ୍ସକଟ ଦେଇ ଆସୁଥିବା ଗାଡି ଘଟଣା ସ୍ଥଳରୁ ଫେରାର ମାରିବା ପାଇଁ ଉଦ୍ୟମ କରୁଥିବା ବେଳେ ଟ୍ରକକୁ ଜବତ କରିବାରେ ସଫଳ ହୋଇଥିଲା ଅବକାରୀ ବିଭାଗ। ମାଜିଷ୍ଟ୍ରେଟ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯିବ । ତେବେ ଜବତ ଗଞ୍ଜେଇର ଆନୁମାନିକ ୪ କୁଇଣ୍ଟାଲ ହେବ ବୋଲି ସୂଚନା ମିଳିଛି ।

Comments are closed.