Odisha Link
Bridging the Missing Links in Odisha

କାଲିଠୁ ୮ଟି ରୁଟ୍‌ରେ ଚାଲିବ ‘ମୋ ବସ୍’ : ଅରୁଣ ବୋଥ୍ରା

ଭୁବନେଶ୍ବର: ଏଣିକି ପୂର୍ବ ପରି ସବୁ ଦିନ ଚଳଚଳ କରିବ ‘ମୋ ବସ୍’। ଏନେଇ କ୍ରୁଟ‌ ତଥା ଓଏସ୍‌ଆର୍‌ଟିସି ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଅଧିକ ଡିମାଣ୍ଡ ଥିବା ୮ ଗୋଟି ରୁଟ୍‌ରେ ଚଳାଚଳ କରିବ ‘ମୋ ବସ୍’। ରୁଟ୍‌ ନମ୍ବର ୧୧, ୧୬, ୧୮, ୨୦,୨୩, ୨୪,୨୫, ୩୩ରେ ‘ମୋ ବସ୍’ ଚାଲିବ।

ବସ୍‌ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିବା ବେଳେ କୌଣସି ବ୍ୟକ୍ତି ଛିଡ଼ା ହୋଇ ଯିବାକୁ ବାରଣ କରାଯାଇଛି। ଏଥିସହ ଯାତ୍ରୀଙ୍କୁ ଡିଜିଟାଲ ପେମେଣ୍ଟ ଦେବାକୁ ପଡିବ। ଆସନ୍ତା କାଲି ଠାରୁ ୨୪ ଗୋଟି ରୁଟ୍‌ରେ ଚଳାଚଳ କରିବ ଓଏସ୍‌ଆର୍‌ଟିସି ବସ୍।

Comments are closed.