Odisha Link
Bridging the Missing Links in Odisha

ଇଡିର ଖୁଲାସା: ବିଭିନ୍ନ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ଡ୍ରଗ୍ସ କାରବାର କଥା ହୋଇଛନ୍ତି ରିୟା

ମୁମ୍ବାଇ: ଦିନକୁ ଦିନ ବଲିଉଡର ଷ୍ଟାଇଲିସ୍‌ ଷ୍ଟାର ସୁଶାନ୍ତ ସିଂ ମୃତ୍ୟୁ ମାମଲାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ ଭାର ଏବେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କରୁଛି। ଏହି ମାମଲାରେ ଛନ୍ଦି ହୋଇଯାଇଥିବା ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍‌ ଲିଙ୍କ୍‌ ନେଇ ଆଜି ଇଡି ଏକ ବଡ ଖୁଲାସା କରିଛି।‌ ଇଡି ତଦନ୍ତ କରି ସୂଚନା ଦେଇଛି ଯେ, ରିୟାଙ୍କର ଏକାଧିକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ରହିଛି ଯେଉଁଠାରେ ରିୟା ଡ୍ରଗ୍ସ କାରବାର ବିଷୟରେ ଚାଟ୍ କରିଛନ୍ତି। ଜାଣିବାକୁ ମିଳିଛି ଯେ ଏହି ଗ୍ରୁପ୍‌ରେ ଡ୍ରଗ୍ସ କିଣାବିକା ସଂପର୍କରେ ବିଭିନ୍ନ ପ୍ରକାରର ଆଲୋଚନା ହେଉଥିଲା।

ସୂଚନା ଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ରିୟା ଚକ୍ରବର୍ତ୍ତୀ, ସାମୁଏଲ୍ ମିରାଣ୍ଡା,ଶୋଭିକ ଚକ୍ରବର୍ତ୍ତୀ, ଜୟା ଶାହା, ଶ୍ରୁତି ମୋଦୀ ଏବଂ ଗୌରବ ଆର୍ୟା ବିରୋଧରେ ମାମଲା ରୁଜୁ କରିଛି। ସମସ୍ତଙ୍କ ବିରୋଧରେ ନିଶା ଔଷଧ ଓ ମାଦକ ପଦାର୍ଥ ନିରୋଧକ ଅଧିନିୟମ ଏନ୍‌ଡିଏସ୍‌ପି ର ବିଭିନ୍ନ ଧାରା ଲଗାଯାଇଛି।

Comments are closed.