Odisha Link
Bridging the Missing Links in Odisha

ଜାଲ ବିଇଡି ପ୍ରମାଣପତ୍ର ଦେଇ ଫସିଲେ ୧୨ ଶିକ୍ଷକ

କେନ୍ଦୁଝର: ଇଚ୍ଛାଥିଲା ସରକାରୀ ଚାକିରି। ନକଲି ପ୍ରମାଣପତ୍ରର ସାହାରା ନେଇ ଇଚ୍ଛା ପୂରଣ କରି ହେଲେ ଶିକ୍ଷକ। ମୋଟା ଅଙ୍କର ଦରମା ନେଇ ଜୀବନକୁ ବେଶ୍ ଆରାମରେ କାଟିବେ ବୋଲି ଭାବିଥିଲେ। ହେଲେ ଏବେ ସବୁ ଫସର ଫାଟିଯାଇଛି । ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ।

ଜାଲ ବିଇଡି ପ୍ରମାଣପତ୍ର ଦେଇଥିବା ୧୨ ଜଣ ଶିକ୍ଷକ ଫସି ଯାଇଛନ୍ତି। କେନ୍ଦୁଝର ଜିଲ୍ଲା ଶିକ୍ଷା ବିଭାଗ ଅଧୀନ ୮ ବ୍ଲକର ୧୨ ଜଣ ଶିକ୍ଷକ ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି। ବିଇଡି ପ୍ରମାଣପତ୍ର ଯାଞ୍ଚ ବେଳେ ସମ୍ପୃକ୍ତ ପ୍ରମାଣପତ୍ରଗୁଡ଼ିକ ଜାଲ ବୋଲି ଜଣାଯାଇଛି। ଏନେଇ ସମ୍ପୃକ୍ତ ଶିକ୍ଷକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଥାନାରେ ଏତଲା ସହ ସମ୍ପୃକ୍ତ ଶିକ୍ଷକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରକଳ୍ପ ଅଧିକାରୀ ସମ୍ପୃକ୍ତ ୮ଟି ବ୍ଲକର ବିଇଓଙ୍କୁ ଚିଠି ଲେଖିଛନ୍ତି।

Comments are closed.