Odisha Link
Bridging the Missing Links in Odisha

IPL ୨୦୨୦: ଖେଳିବେନି ମାଲିଙ୍ଗା, ତାଙ୍କ ସ୍ଥାନ ନେଲେ ଏହି ଖେଳାଳି

ନୂଆଦିଲ୍ଲୀ: ମୁ‌ମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଖେଳାଳି ଲାସିଥ୍‌ ମାଲିଙ୍ଗା ଖେଳିବେନି IPL ୨୦୨୦। ବ୍ୟକ୍ତିଗତ କାରଣରୁ ଚଳିତ IPL ସଂସ୍କରଣ ଖେଳିବେନି ଏହି ଷ୍ଟାର ଖେଳାଳି। ଏନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସୂଚନା ଦିଆଯାଇଛି। IPLର ୪ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ମାଲିଙ୍ଗାଙ୍କ ବଦଳ ଖେଳାଳି ଭାବେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜେମସ୍‌ ପାଟିନସନ୍‌ଙ୍କୁ ଟିମ୍‌ରେ ନେଇଛି। ରାଇନାଙ୍କ ପରେ ୨ୟ ଖେଳାଳି ଭାବେ ଚଳିତଥର IPL ଖେଳିବେନି ମାଲିଙ୍ଗା।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଟୁଇଟ କରି କୁହାଯାଇଛି ଯେ, ବ୍ୟକ୍ତିଗତ କାରଣରୁ ଚଳିତବର୍ଷ IPL ଖେଳିବେନି ମାଲିଙ୍ଗା। ସେ ସ୍ବଦେଶ ଫେରି ଯାଇଛନ୍ତି। ତାଙ୍କ ସ୍ଥାନରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜେମସ୍‌ ପାଟିନସନ୍‌ଙ୍କୁ ଟିମରେ ନେଇଛି ମୁମ୍ବାଇ ଇଣ୍ଡିଆନ୍ସ।

ମାଲିଙ୍ଗା ତାଙ୍କ IPL କ୍ୟାରିଅରରେ ୧୨୨ଟି ମ୍ୟାଚ୍‌ ଖେଳି ୧୭୦ ଓ୍ବିକେଟ ନେଇଛନ୍ତି। ମାଲିଙ୍ଗା ୧୯.୮୦ ଆଭେରଜେରେ ଓ୍ବିକେଟ ନେଇଛନ୍ତି। ମାଲିଙ୍ଗାଙ୍କ ବୋଲିଂର ଝଲକ ଗତବର୍ଷ ଫାଇନାଲ ମୁକାବିଲାରେ ଦେଖିବାକୁ ମିଳିଥିଲା।

Comments are closed.