Odisha Link
Bridging the Missing Links in Odisha

୨ ଦିନିଆ ଲଦାଖ ଗସ୍ତରେ ସେନା ପ୍ରମୁଖ

ନୂଆଦିଲ୍ଲୀ: ସୀମାରେ ଭାରତ-ଚାଇନା ମାଧ୍ୟରେ ଲାଗି ରହିଥିବା ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ସେନା ପ୍ରମୁଖ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବାଣେ ୨ ଦିନିଆ ଗସ୍ତରେ ଲଦାଖ ଯାଇଛନ୍ତି। ଆଜି ସକାଳେ ଲଦାଖ ଗସ୍ତରେ ଯାଇଛନ୍ତି ସେନା ପ୍ରମୁଖ। ସେଠାରେ ପହଁଞ୍ଚି ଦକ୍ଷିଣ ପେଙ୍ଗାଙ୍ଗ ଓ ତାର ନିକଟବର୍ତ୍ତୀ ଅଞ୍ଚଳ ପରିବଦର୍ଶନ କରିଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ସେନା ପ୍ରମୁଖ ତାଙ୍କ ଗସ୍ତରେ ଫିଲ୍ଡ କମାଣ୍ଡରଙ୍କ ସହିତ ନିୟୋଜନ ଏବଂ ସାମରିକ ପ୍ରସ୍ତୁତିର ସମୀକ୍ଷା କରିବେ। ଏଥିସହ ପ୍ରମୁଖ ରଣନୈତିକ ପ୍ରକଳ୍ପ ଗୁଡିକର ସାମ୍ପ୍ରତିକ ସ୍ଥିତି ଉପରେ ରିପୋର୍ଟ ଗ୍ରହଣ କରିବେ। ଏନେଇ ସେନା ସୂତ୍ରରୁ ସୂଚନା ମିଳିଛି।

 

Comments are closed.