Odisha Link
Bridging the Missing Links in Odisha

ଶନିବାର ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ

ଭୁବନେଶ୍ବର: ଆସନ୍ତା ଶନିବାର ଦିନ ପ୍ରକାଶ ପାଇବ ଚଳିତ ବର୍ଷର ଯୁକ୍ତ ଦୁଇ କଲା ରେଜଲ୍ଟ। ଅପରାହ୍ନ ୪ଟାରେ ସିଏଚ୍‌ଏସି କାର୍ଯ୍ୟାଳୟରେ ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ୧୨ ତାରିଖରେ ବିଜ୍ଞାନ ଓ ୧୯ ତାରିଖରେ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ବେଳେ ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗର ରେଜଲ୍ଟ ଆସନ୍ତା ଶନିବାର ଦିନ ପ୍ରକାଶ ପାଇବ। ଚଳିତବର୍ଷ ୨ ଲକ୍ଷ ୨୫ ହଜାର ଛାତ୍ରଛାତ୍ରୀ କଳା ଓ ୭ ହଜାର ୭୫୦ ଛାତ୍ରଛାତ୍ରୀ ଧନ୍ଦାମୂଳକ ପାଠ୍ୟକ୍ରମରେ ପରୀକ୍ଷା ଦେଇଛନ୍ତି। ଛାତ୍ରଛାତ୍ର ମାନେ ରେଜଲ୍ଟ  http://orissaresults.nic.in/ ରେ ନିଜର ଜାଣି ପାରିବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ କଲେଜକୁ ଇ-ସ୍ପେସ ଜରିଆରେ ଫଳ ପଠାଯିବ। ପରିଷଦର ଫୋନ୍‌ ନମ୍ବର ୦୬୭୪-୨୩୦୦୯୧୪ ଓ ୦୬୭୪-୨୩୦୦୯୦୭ରେ ଫୋନ୍‌ କରି ଛାତ୍ରଛାତ୍ରୀ ଫଳ ଜାଣିପାରିବେ।

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗର ରେଜଲ୍ଟ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)ର ଦୁଇ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ପରୀକ୍ଷା ଫଳ ପ୍ରସ୍ତୁତିରେ ସମସ୍ୟା ଉପୁଜିଥିଲା। ଯେଉଁଥିପାଇଁ ପରୀକ୍ଷା ଫଳ ପ୍ରକାଶ ପାଇଁ ବିଳମ୍ବ ହୋଇଥିଲା।

Comments are closed.