Odisha Link
Bridging the Missing Links in Odisha

ସେପ୍ଟେମ୍ବର ୯ରୁ ଭୁବନେଶ୍ୱର-ସୁରାଟ ବିମାନ ସେବା ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର-ସୁରାଟ ଯାଉଥିବା ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ସେପ୍ଟେମ୍ବର ୯ ତାରିଖରୁ ଭୁବନେଶ୍ୱରରୁ ସୁରାଟକୁ ବିମାନ ସେବା ଆରମ୍ଭ ହେବ। ଭୁବନେଶ୍ୱରରୁ ସୁରାଟ ଅଭିମୁଖେ ଏୟାର ଇଣ୍ଡିଆର ବିମାନ ପ୍ରତ୍ୟେକ ସୋମବାର ଏବଂ ବୁଧବାର ଦିନ ସନ୍ଧ୍ୟା ୬ଟା ୨୦ ମିନିଟ୍ ସମୟରେ ଯାତ୍ରା ଆରମ୍ଭ କରିବ ବୋଲି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ) କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହି ବିମାନଟି ସୁରାଟରୁ ଅପରାହ୍ନ ସାଢେ ୩ଟାରେ ଛାଡ଼ି ଭୁବନେଶ୍ୱରରେ ୫ଟା ୨୦ ମିନିଟରେ ପହଞ୍ଚିବ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁୟାରୀ ୨୦ ତାରିଖରେ ଭୁବନେଶ୍ୱରରୁ ସୁରାଟକୁ ଏୟାର ଇଣ୍ଡିଆ ପ୍ରଥମ ବିମାନସେବା ଆରମ୍ଭ ହୋଇଥିଲା। କିନ୍ତୁ କରୋନା ପାଇଁ ଦୁଇ ସହର ମଧ୍ୟରେ ବିମାନ ସେବାକୁ ସ୍ଥଗିତ ରଖାଯାଇଥିଲା

Comments are closed.