Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ବଢ଼ିପାରେ ଆକ୍ରାନ୍ତଙ୍କ ସଂଖ୍ୟା : କମିଶନର

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାରେ ସେରୋ ସର୍ଭେ ନେଇ ବିଏମସି କମିଶନର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କମିଶନରଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୬ଶହ କମ୍ୟୁନିଟି ସାମ୍ଫଲ ଟେଷ୍ଟ କରାଯାଇଛି। ଏବେ ସୁଦ୍ଧା ସେରୋ ସର୍ଭିଲାନ୍ସରେ ହାଇରିସ୍କ ଗ୍ରୁପଙ୍କର ଟେଷ୍ଟ କରାଯାଇନାହିଁ। ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେର ପ୍ରଥମ ଫେଜ୍‌ ରେଜଲ୍ଟ ମିଳିସାରିଛି। ଭୁବନେଶ୍ବରରେ ଆଣ୍ଟିବଡ଼ି ପ୍ରିଭେଲେନ୍ସ ୫.୧୫ ପ୍ରତିଶତ ରହିଛି। ଦେଖିବାକୁ ଗଲେ ଆଣ୍ଟିବଡ଼ି ପାଇଁ ୫.୧୫ ପ୍ରତିଶତ ପ୍ରିଭେଲାନ୍ସ ବହୁତ କମ୍। ଭୁବନେଶ୍ବରର ସ୍ଥିତି ଭଲ ଅଛି। କିନ୍ତୁ ପ୍ରିଭେଲାନ୍ସ କମ୍‌ ଯୋଗୁଁ ରିସ୍କ ବଢ଼ିଛି। ଲୋକଙ୍କର ଆଣ୍ଟିବଡ଼ି ପ୍ରିଭେଲାନ୍ସ କମ୍‌ ଯୋଗୁଁ ଆଗକୁ ସଂଖ୍ୟା ବଢ଼ିପାରେ। ଏହା ସହିତ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ଅଶାଙ୍କ ରହିଛି। ସଂକ୍ରମଣ କମ୍‌ କରିବା ପାଇଁ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ। ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ହେବ। କୋଭିଡ୍‌ ନିୟମ ମାନିବାକୁ ପଡ଼ିବ ବୋଲି କମିଶନର କହିଛନ୍ତି।

Comments are closed.