Odisha Link
Bridging the Missing Links in Odisha

ହୋମ୍ ଆଇସୋଲେସନ୍‌ ପାଇଁ ବିଏମ୍‌ସିର ନୂଆ ଗାଇଡଲାଇନ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ହୋମ୍ ଆଇସୋଲେସନ୍‌ ଓ ପେଡ୍‌ ଆଇସୋଲେସନ୍‌ରେ ରହୁଥିବା ଆକ୍ରାନ୍ତଙ୍କ ପାଇଁ ବିଏମ୍‌ସିର ନୂଆ ଗାଇଡଲାଇନ। ନୂଆ ଗାଇଡଲାଇନ ମୁତାବକ ହୋମ୍ ଆଇସୋଲେସନ୍‌ରେ ରହୁଥିବା ଆକ୍ରାନ୍ତଙ୍କ ପାଇଁ ୨୪ ଘଣ୍ଟିଆ ହେଲପ୍‌ଲାଇନ୍ ନମ୍ବର ଆରମ୍ଭ କରାଯାିଛି। ଏନେଇ ବିଏମ୍‌ସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଜାରି ହୋଇଥିବା ଦୁଇଟି ଫୋନ୍ ନଂ ହେଲା – ୧୮୦୦୩୪୫୦୦୬୧ ଓ ୦୬୭୪-୨୪୩୧୨୫୩।

ଏହି ନମ୍ବରେ ରେ ଫୋନ୍ କରି କରୋନା ସଂକ୍ରମିତ ବ୍ୟକ୍ତି ମାନେ ନିଜର ସମସ୍ତ ଅଭିଯୋଗ ଓ ସମସ୍ୟା ଜଣାଇ ପାରିବେ। ଏଥି ସହ ଡାକ୍ତରୀ ପରାମର୍ଶ ମଧ୍ୟ ପାଇପାରିବେ। ଏଥିପାଇଁ କୋଭିଡ କଣ୍ଟ୍ରୋଲ୍ ରୁମରେ ଆୟୁଷ ଡାକ୍ତର ଓ ସେମାନଙ୍କ ସହାୟକ ବରିଷ୍ଠ ଡାକ୍ତର ନିୟୋଜିତ ରହିବେ।

ଏହାବ୍ୟତିତ କରୋନା ଆକ୍ରାନ୍ତଙ୍କୁ କେଉଁ ହସ୍ପିଟାଲକୁ ନିଆଯିବ ଏବଂ କି ସେବା ପ୍ରଦାନ କରାଯିବ ସେନେଇ ତାଙ୍କ ପରିବାର ସହ କଥାବାର୍ତ୍ତା କରି ସ୍ଥାନାନ୍ତର ଦାୟିତ୍ୱରେ ଥିବା ଡାକ୍ତର ଓ ହସ୍ପିଟାଲ୍ କିମ୍ବା ଆମ୍ବୁଲାନ୍ସ ଦାୟିତ୍ୱରେ ଥିବା ନୋଡାଲ୍ ଅଫିସରଙ୍କୁ ଜଣାଇବେ। ଯାହା ଫଳରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ସେବା ଯୋଗାଇ ଦିଆଯାଇପାରିବ। ପେଡ୍ ଆଇସୋଲେସନ୍‌ରେ ଥିବା ଲୋକ ବି ଏହି ସୁବିଧା ପାଇବେ। ହୋମ୍ ଆଇସୋଲେସନ୍‌ରେ ଥିବା ଲୋକଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ବିଏମସିର ୩ଟି ଜୋନ୍‌ରେ ସ୍ୱତନ୍ତ୍ର ଆମ୍ବୁଲାନ୍ସ ରଖାଯାଇଛି। ପ୍ରତି ଜୋନାଲ୍ ଡେପୁଟି କମିଶନର ଏହା ଅଧିନରେ ରହିବ। ଯାହା ହୋମ୍ ଆଇସୋଲେସନ୍ ବ୍ୟକ୍ତିଙ୍କୁ ସ୍ଥାନାନ୍ତରିତ ପାଇଁ ବ୍ୟହାର ହେବ।

Comments are closed.