Odisha Link
Bridging the Missing Links in Odisha

୫ ଭାରତୀୟଙ୍କୁ ଚୀନ ସେନାର ଅପହରଣ: କଂଗ୍ରେସ ବିଧାୟକଙ୍କ ଦାବି

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ତୀବ୍ର ରୂପ ନେଇଥିବା ବେଳେ ଏବେ ଅରୁଣାଚଳ ପ୍ରଦେଶରୁ ୫ ଜଣ ଭାରତୀୟ ନାଗରିକଙ୍କୁ ଚୀନ୍ ସେନାର ଅପହରଣ ଖବର ସାମ୍ନାକୁ ଆସିଛି। ଏଭଳି ଦାବି କରିଛନ୍ତି କଂଗେସ ବିଧାୟକ ନିନୋଙ୍ଗ ଇରିଂ। ସେ କହିଛନ୍ତି ଯେ, ଚୀନର ସୈନିକ ଅରୁଣାଚଳ ପ୍ରଦେଶର ୫ ଜଣ ବ୍ୟକ୍ତିଙ୍କୁ ଅପହରଣ କରିନେଇଛନ୍ତି। ସେ ଏହା ଏକ ଟ୍ୱିଟ ମାଧ୍ୟମରେ ଉଲ୍ଲେଖ କରିଛନ୍ତି। ତେବେ ତାଙ୍କ ଦାବିର କୌଣସି ନିଶ୍ଚିତତା କିମ୍ବା ବିସ୍ତୃତ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) କୁ ଟ୍ୟାଗ୍ କରି ସେ ଚୀନ୍‌କୁ ଉଚିତ୍ ଉତ୍ତର ଦେବାକୁ ଦାବି କରିଛନ୍ତି।

ସେ ଟ୍ବିଟ୍ କରି କହିଛନ୍ତି, ଅରୁଣାଚଳ ପ୍ରଦେଶ ସୁବାସିରି ଜିଲ୍ଳାରୁ ପାଞ୍ଚ ଜଣଙ୍କୁ ଚୀନ ପିଏଲଏ ଦ୍ବାରା ଅପହରଣ କରାଯାଇଛି। କିଛି ମାସ ତଳେ ମଧ୍ୟ ଏଭଳି ଘଟଣା ଘଟିଥିଲା। ପିଏଲଏ ଓ ଚାଇନିଜ କମ୍ୟୁନିଟି ପାଟିର୍ର୍କୁ ଏହାର ଉଚିତ୍ ଜବାବ ଦେବା ଦରକାର। ସେ କହିଛନ୍ତି କେନ୍ଦ୍ର ସରକାର ଅପହୃତ ହୋଇଥିବା ଲୋକଙ୍କୁ ମୁକୁଳାଇବାରେ ସାହାଯ୍ୟ କରନ୍ତୁ।

ନିନଙ୍ଗ ଏ ଟ୍ବିଟ୍ ସହିତ ଦୁଇଟି ସ୍କ୍ରିନସଟ୍ ଆଟାଚ୍ କରିଛନ୍ତି। ଯେଉଁଥିରେ ଅପହୃତ ହୋଇଥିବା ପାଞ୍ଚ ଲୋକଙ୍କ ନାଁ ଜଣାଇଛନ୍ତି। ଅପହୃତ ପାଞ୍ଚ ଲୋକ ତାଗିନ ସମୁଦାୟ ସହ ସମ୍ବନ୍ଧିତ। ସେମାନେ ଜଙ୍ଗଲକୁ ଶିକାର କରିବା ପାଇଁ ଯାଇଥିଲେ। ସେତେବେଳେ ସେମାନଙ୍କୁ ଚୀନ ସେନା ଅପହରଣ କରି ନେଇଛି।

Comments are closed.