Odisha Link
Bridging the Missing Links in Odisha

IPL ୨୦୨୦: ଆସିଲା ସମ୍ପୂର୍ଣ୍ଣ କ୍ରୀଡ଼ାସୂଚୀ, କେଉଁ ଟିମ୍‌ର କେଉଁ ଦିନ ମ୍ୟାଚ୍‌ ଜାଣନ୍ତୁ

ନୂଆଦିଲ୍ଲୀ: କରୋନା କାଳରେ ଅନୁଷ୍ଠିତ ହେଉଛି ଫଟାଫଟ୍‌ କ୍ରିକେଟ ଲିଗ୍‌ IPL। ଆସନ୍ତା ୧୯ ତାରିଖରୁ ନଭେମ୍ବର ୧୦ ଯାଏଁ ୟୁଏଇରେ ଅନୁଷ୍ଠିତ ହେବ IPL ୨୦୨୦। ଏଥିପାଇଁ ସରିଛି ଚୂଡ଼ାନ୍ତ ପ୍ରସ୍ତୁତି। ଆଜି ବହୁ ପ୍ରତୀକ୍ଷାର ଅନ୍ତ ହୋଇଛି। ଜାରି ହୋଇଛି IPL ୨୦୨୦ ସମ୍ପୂର୍ଣ୍ଣ କ୍ରୀଡ଼ାସୂଚୀ। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ଵାଧୀନ ତିନି ଥରର ଆଇପିଏଲ ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ଖେଳାଯିବ।

ଟୂର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ପୂର୍ବରୁ ଘୋଷିତ ହେବାର ଥିଲା, କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସର ଦୁଇ ଖେଳାଳି କରୋନା ସଂକ୍ରମିତ ହୋଇଥିଲେ। ଏବେ ଚେନ୍ନାଇର ଖେଳାଳିଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ଏବେ ଦଳ ଅଭ୍ୟାସ୍‌ ମଧ୍ୟ ଆରମ୍ଭ କରି ଦେଇଛି। ଉଭୟ ଦଳ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ସେପ୍ଟେମ୍ବର ୧୯ ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ।

IPL ୧୩ ତମ ସଂସ୍କରଣ ୫୩ ଦିନ ଧରି ଖେଳାଯିବ। ଏହାର ଫାଇନାଲ ମ୍ୟାଚ୍‌ ନଭେମ୍ବର ୧୦ରେ ଖେଳାଯିବ। ଏଥିରେ ୧୦ ଡବଲ ହେଡର ଅର୍ଥାତ ଦିନରେ ଦୁଇଟି ମ୍ୟାଚ୍‌ ଖେଳାଯିବ। ଆଇପିଏଲର ଆୟୋଜନ ୟୁଏଇର ତିନି ଜାଗା ଆବୁଧାବି, ଦୁବାଇ ଓ ଶାରଜାହାରେ ହୋଇଛି। ପ୍ରଥମ ମ୍ୟାଚ୍ ଅପରାହ୍ନ ୩ଟା ୩୦ରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଦ୍ଵିତୀୟ ମ୍ୟାଚ୍ ଖେଳାଯିବ।

Comments are closed.