Odisha Link
Bridging the Missing Links in Odisha

ଆଜିଠାରୁ ଦେଶରେ ଗଡ଼ିଲା ମେଟ୍ରୋ ଟ୍ରେନ୍

ନୂଆଦିଲ୍ଲୀ: କରୋନା କାରଣରୁ ବନ୍ଦ ରହିଥିବା ଦିଲ୍ଲୀ ମେଟ୍ରୋ ଟ୍ରେନ୍ ଆଜିଠାରୁ ପୁଣି ଥରେ ଗଡ଼ିଛି। ସକାଳ ୭ଟାରେ ସମୟପୁର ବାଦଲିରୁ ହୁଡ୍ଡା ସିଟି ସେଣ୍ଟରକୁ ଗଡ଼ିଛି ଟ୍ରେନ୍। ୪୯ କିଲୋମିଟର ୟେଲୋ ଲାଇନ ଉପରେ ଏହି ଟ୍ରେନ୍ ଯାତ୍ରା କରିଛି। ଏହି ରୁଟରେ ୩୭ ଷ୍ଟେସନ ରହିଛି। ସେଗୁଡ଼ିକ ମଧ୍ୟରୁ ୨୦ଟି ଷ୍ଟେସନ ଅଣ୍ଡରଗ୍ରାଉଣ୍ଡରେ ଥିବାବେଳେ ୧୭ଟି ଷ୍ଟେସନ ଉପରେ ରହିଛି। ଏହି ରୁଟରେ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟା ୪ଟାରୁ ୮ ଟା ପର୍ଯ୍ୟନ୍ତ ଟ୍ରେନ୍ ଚାଲିବ। ଅର୍ଥାତ ସକାଳେ ୪ ଘଣ୍ଟା ଓ ସନ୍ଧ୍ୟାରେ ୪ ଘଣ୍ଟା ଚାଲିବ। ପାଞ୍ଚ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୧୨ ପରେ ଅନ୍ୟ ରୁଟରେ ସମସ୍ତ ସୁରକ୍ଷାକୁ ନଜରରେ ରଖି ମେଟ୍ରୋ ସେବା ଚାଲୁ ହେବ। ମେଟ୍ରୋରେ ଯାତ୍ରା କରିବା ପାଇଁ ଡିଏମଆରସି ଗାଇଡଲାଇନ ଜାରି କରିଛି ।

କୌଣସି କାରଣ ନଥାଇ ଯାତ୍ରା ନକରିବା ପାଇଁ ଓ ଯାତ୍ରା ସମୟରେ କାହା ସହ କଥା ନହେବାକୁ କୁହାଯାଇଛି। ସମସ୍ତ ଯାତ୍ରୀ ୧୫ ରୁ ୩୦ ମିନିଟ ପର୍ଯ୍ୟନ୍ତ ସମୟ ପୂର୍ବରୁ ଯାତ୍ରା କରିବାକୁ କୁହାଯାଇଛି। ଯାତ୍ରା ସମୟରେ ୩୦ ମିିଲିଲିଟରରୁ ଅଧିକ ସାନିଟାଇଜର ନେବାକୁ ଅନୁମତି ଦିଆଯାଇ ନାହିଁ। ସମସ୍ତ ଯାତ୍ରୀଙ୍କୁ ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବାକୁ କୁହାଯାଇଛି। ଯାତ୍ରୀମାନେ ସାଥିରେ ସ୍ମାର୍ଟ କାର୍ଡ ନେଇ ଯାତ୍ରା କରିବାକୁ କୁହାଯାଇଛି। ଷ୍ଟେସନରେ ଟୋକନ ଉପଲବ୍ଧ ହେବ ନାହିଁ। କୌଣସି ପ୍ରକାରର ନଗଦ ଟଙ୍କା କାରବାର ହେବ ନାହିଁ।

Comments are closed.