Odisha Link
Bridging the Missing Links in Odisha

ଆଜିଠାରୁ ଦୂରଦର୍ଶନରେ ଯୁକ୍ତ ଦୁଇ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର : ଚଳିତ ବର୍ଷ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ଆଜି ଠାରୁ ଦୂରଦର୍ଶନ (ଡିଡି ଓଡ଼ିଆ ଚ୍ୟାନେଲ୍‌)ରେ ଶିକ୍ଷା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ଲାଗି ବ୍ୟବସ୍ଥା ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ବାଣିଜ୍ୟ ଓ କଳା ବିଭାଗ ଛାତ୍ରଛାତ୍ରୀଙ୍କ କ୍ଲାସ ହେବ। ଏହା ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଅଭିଜ୍ଞ ଅଧ୍ୟାପକ ଅଧ୍ୟାପିକା ପଢ଼ାଇବେ। କେଉଁ ଦିନ କେଉଁ ବିଷୟ ଶିକ୍ଷା ଦିଆଯିବ ସେନେଇ ଯୋଜନା ପ୍ରସ୍ତୁତ ହୋଇଛି। କ୍ଲାସରେ ପାଠପଢ଼ା ବନ୍ଦ ରହିଥିବାରୁ ଟିଭି ମାଧ୍ୟମରେ ପିଲାଙ୍କ ନିକଟରେ ପହଞ୍ଚିବାକୁ ଏଭଳି ଯୋଜନା ପ୍ରସ୍ତୁତ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।

ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କୁ ଯେଉଁଭଳି ଶିକ୍ଷା ଦିଆଯାଉଛି ଦ୍ବାଦଶ ଶ୍ରେଣୀ ପିଲାଙ୍କୁ ସେମିତି ପଢ଼ାଯିବ। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଅନେକ ବିଷୟ ରହୁଥିବାରୁ ସବୁ ଛାତ୍ରଛାତ୍ରୀଙ୍କ ନିକଟ‌ରେ ଏକାଥରେ ପହଞ୍ଚି ହେବ ନାହିଁ। ତେଣୁ ପର୍ଯ୍ୟାୟକ୍ରମେ ପଢ଼ାଇବାକୁ ବ୍ୟବସ୍ଥା କରାଯାଇଛି। ଉଭୟ ବିଭାଗରେ କେତେକ ବିଷୟ ସମାନ ରହୁଥିବାରୁ ଛାତ୍ରଛାତ୍ରୀ ଏହାର ଫାଇଦା ନେବା ଆବଶ୍ୟକ।

Comments are closed.