Odisha Link
Bridging the Missing Links in Odisha

ଆଜି ମୋ ଘର ଭାଙ୍ଗିଛି, କାଲି ତୁମ ଗର୍ବ ଭାଙ୍ଗିବ: କଙ୍ଗନା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି। ଶିବସେନାର ଧମକ ପରେ କେନ୍ଦ୍ର ସରକାରଙ୍କର y+ ସୁରକ୍ଷା ଭିତରେ ମୁମ୍ବାଇ ପହଞ୍ଚିଛନ୍ତି କଙ୍ଗନା। କଙ୍ଗନାଙ୍କ ମୁମ୍ବାଇ ଆଗମନକୁ କ‌ଡ଼ା ବିରୋଧ କରିଛି ଶିବସେନା। ଶିବସେନା ସମର୍ଥକଙ୍କ ପକ୍ଷରୁ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ କଙ୍ଗନା ରଣାୱତଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। ଅନ୍ୟପଟେ କର୍ଣ୍ଣି ସେନା କଙ୍ଗନାଙ୍କୁ ସମର୍ଥନ କରି ଏୟାରପୋର୍ଟରେ ମେଳି କରିଥିବା ଦେଖିବାକୁ ମିଳିଥିଲା। ଇତି ମଧ୍ୟରେ ଆଜି ବିଏମସି କଙ୍ଗନା‌ଙ୍କ ମଣିକର୍ଣ୍ଣିକା କୋଠାକୁ ଭାଙ୍ଗିଛି।

ମଣିକର୍ଣ୍ଣିକା କୋଠାକୁ ଭାଙ୍ଗିବା ନେଇ କଙ୍ଗନା ସିଧାସଳଖ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି। କଙ୍ଗନା କହିଛନ୍ତି, ମୁଭି ମାଫିଆଙ୍କ ସହ ମିଶି ମୋ ଘର ଭାଙ୍ଗିଥିବା ଉଦ୍ଧବ ଠାକରେ ଆଜି ମୋ ଘର ଭାଙ୍ଗିଛି କାଲି ତୁମ ଗର୍ବ ଭାଙ୍ଗିବ। ଆଜିର କ୍ରୁତା ଓ ଆତଙ୍କ କରିଛ, ଭଲ ହୋଇଛି ମୋ ସହ ହୋଇଛି। ଉଦ୍ଧବ ମନେରଖ ଏ ସମୟର ଚକ ସବୁଦିନ ସମାନ ରହିବ ନାହିଁ।

ଖବର ଅନୁଯାୟୀ, ସେ ମୁମ୍ବଇରେ ପହଞ୍ଚିବା ପୂର୍ବରୁ ବିଏସମି ତାଙ୍କ ବାନ୍ଦ୍ରା ବଙ୍ଗଳାରେ ବେଆଇନ ନିର୍ମାଣକୁ ଭାଙ୍ଗି ଦେଇଛି। ବିଏସମିର ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ କଙ୍ଗନା ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଯାହା ଉପରେ ଶୁଣାଣି ଆରମ୍ଭ ହୋଇଛି। ପରେ ଅଦାଲତ ଏହି ଭଙ୍ଗା କାର୍ଯ୍ୟ ଉପରେ ରହିତାଦେଶ ଜାରି କରିଛନ୍ତି।

Comments are closed.