Odisha Link
Bridging the Missing Links in Odisha

ଅନୁଭବଙ୍କ ସପକ୍ଷରେ ବାହାରିଲେ ପ୍ରକୃତି

ଭୁବନେଶ୍ବର: ସାଂସଦ ତଥା ଅଭିନେତା ଅନୁଭବ ଓ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ଘଟଣାରେ ମୁହଁ ଖୋଲିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ଏନେଇ ଟ୍ବଟର ଯୋଗ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପ୍ରକୃତ। ପ୍ରକୃତି କହିଛନ୍ତି ଯେ, ଆପଣ ସମ୍ମାନନୀୟ ବ୍ୟକ୍ତି ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ନାହିଁ ।

ଅନୁଭବଙ୍କ ଟ୍ୱିଟର ପୋଷ୍ଟ୍ କୁ ରିଟ୍ୱିଟ୍ କରି ଅଭିନେତ୍ରୀ ପ୍ରକୃତି ମିଶ୍ର କହିଛନ୍ତି ଫପୁନ୍ ଭାଇ, ତୁମକୁ ବ୍ୟକ୍ତିଗତ ଭାବରେ ଜାଣିଥିବା ପ୍ରତ୍ୟେକ ମଣିଷ ସମ୍ପୂର୍ଣ ଘଟଣା ଟିକୁ ଭଲ ଭାବେ ଜାଣିଛନ୍ତି। ତମେ ଜଣେ ସମ୍ମାନୀୟ ବ୍ୟକ୍ତି। କୌଣସି ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ନାହିଁ। ଦୁନିଆକୁ ଭୁକିବାକୁ ଦିଅ। ସତ୍ୟ ଶ୍ରୀଘ୍ର ଜିତି। ଶକ୍ତିଶାଳୀ ରୁହ, ଆମେମାନେ ତୁମ ସହିତ ଅଛୁ।

ପ୍ରକାଶ ଯେ, ପ୍ରଥମେ ଅଭିନେତ୍ରୀ ବର୍ଷା ଅନୁଭବଙ୍କ ନାଁ ରେ ଘରୋଇ ହିଂସା ଏବଂ ତାଙ୍କ ପରକୀୟା ପ୍ରୀତି କୁ ନେଇ ଅଭିଯୋଗ କରିଥିଲେ। ବର୍ଷାଙ୍କ ଅଭିଯୋଗ ପରେ ଅନୁଭବ ମଧ୍ୟ ମୁହଁ ଖୋଲିଥିଲେ। ଦିଲ୍ଲୀ କୋର୍ଟ ରେ ବର୍ଷାଙ୍କ ନାଁ ରେ ପାଲଟା ଅଭିଯୋଗ କରିଥିଲେ। ବର୍ଷା କେବେ ମଧ୍ୟ ଏକ ଭଲ ପତ୍ନୀ କିମ୍ବା ବୋହୁ ହେବାରେ ସଫଳ ହୋଇ ନାହାନ୍ତି ବୋଲି ଉଲ୍ଲେଖ କରିବା ସହ ବର୍ଷା ଆଣିଥିବା ଅଭିଯୋଗ ସବୁ ମିଥ୍ୟା ବୋଲି ଅନୁଭବ କହିଥିଲେ।

ଅନ୍ୟପଟେ ଅନୁଭବ ନିଜ କଥାକୁ ପ୍ରମାଣ କରିବାକୁ ଯାଇ ନିକଟରେ ତାଙ୍କ ଘରେ ଗଣେଶ ପୂଜା ପାଳନ ସମୟ ର ଏକ ଭିଡିଓ ଟ୍ୱିଟ୍ କରିଥିଲେ। ସେହି ଟ୍ୱିଟ୍ ରେ ସେ ଲେଖିଥିଲେ ଯେ, ଦୟାକରି ଟିକେ ସଂଯମତା ର ସହ ସେୟାର୍ କରାଯାଇଥିବା ଭିଡିଓ ଟିକୁ ଦେଖନ୍ତୁ। ଆପଣମାନଙ୍କୁ କ’ଣ ଲାଗୁଛି ଭିଡିଓରେ ଥିବା ସମ୍ମାନନୀୟ ବ୍ୟକ୍ତି ଜଣଙ୍କ ଘରୋଇହିଂସା ର ଶିକାର ହେଉଛନ୍ତି। ଏହି ପୋଷ୍ଟ୍ କୁ ରିଟ୍ୱିଟ୍ କରିଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର।

Comments are closed.