Odisha Link
Bridging the Missing Links in Odisha

ନବୀନଙ୍କ ସମର୍ଥନ ଲୋଡ଼ିଲେ ନୀତିଶ

ନୂଆଦିଲ୍ଲୀ : ନବୀନଙ୍କ ସମର୍ଥନ ଲୋଡ଼ିଲେ ନୀତିଶ ସରକାର। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ ଦେବା ପାଇଁ ନୀତୀଶ, ନବୀନଙ୍କ ସମର୍ଥନ ଲୋଡ଼ିଛନ୍ତି। ଚଳିତ ରାଜ୍ୟସଭା ଅଧିବେଶନ ସେପ୍ଟେମ୍ୱର ୧୪ରୁ ଆରମ୍ଭ ହେଉଛି। ଉପାଧ୍ୟକ୍ଷ ଦାୟିତ୍ୱରେ ଥିବା ଜେଡିୟୁ ନେତା ହରିବଂଶ ନାରାୟଣ ସିଂ ପୁଣି ଥରେ ନାମାଙ୍କନ ଦାଖଲ କରିଛନ୍ତି।

ରାଜ୍ୟସଭାର ଉପାଧ୍ୟକ୍ଷ ପଦର ନିର୍ବାଚନ ପାଇଁ ବିଜେଡି ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କଥା ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଉଭୟ ପାର୍ଟିର ସୁପ୍ରିମୋଙ୍କ ମଧ୍ୟରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ନେଇ କଥାବାର୍ତ୍ତା ହୋଇଛି। ଉପାଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିଥିବା ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିବାକୁ ବିଜେଡି ସୁପ୍ରିମୋଙ୍କ ସମର୍ଥନ ଲୋଡ଼ିଛନ୍ତି ଜେଡିୟୁ ସୁପ୍ରିମୋ ନୀତିଶ କୁମାର।

ବିଜେଡି ଦଳ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ ଦେବା ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ହରିବଂଶଙ୍କୁ ସମର୍ଥନ ନେଇ କୌଣସି ଘୋଷଣା କରାଯାଇନାହିଁ। ବିଗତ ଦିନରେ ନବୀନ ଉପାଧ୍ୟକ୍ଷ ନିର୍ବାଚନରେ ହରିବଂଶକୁ ସମର୍ଥନ କରିସାରିଛନ୍ତି। ଏଣୁ ପୁଣି ଥରେ ସମର୍ଥନ ଆଶାରେ ନବୀନଙ୍କୁ ନୀତୀଶଙ୍କ ଅନୁରୋଧ କରିଛନ୍ତି।

Comments are closed.