Odisha Link
Bridging the Missing Links in Odisha

ଚୀନ ଛାତ୍ର-ଛାତ୍ରୀଙ୍କ ଭିସା ରଦ୍ଦ କଲା ଆମେରିକା

ନୂଆଦିଲ୍ଲୀ: ୧୦୦୦ରୁ ଅଧିକ ଛାତ୍ର-ଛାତ୍ରୀଙ୍କ ଭିସା ବାତିଲ କରିଛି ଆମେରିକା। ଭିସା ବାତିଲ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ନାତକ ଛାତ୍ର ଏବଂ ଗବେଷକ ଛାତ୍ର ରହିଛନ୍ତି। ଆମେରିକା କାର୍ଯ୍ୟକାରୀ ଗୃହମନ୍ତ୍ରୀ ଚାଡ୍ ୱଲଫ୍ ଏନେଇ କହିଛନ୍ତି ଯେ, ଆମେରିକା, ଚୀନ୍‌ର ଗୁପ୍ତଚର ବିଭାଗ କିମ୍ବା ପିପୁଲ୍ସ ଲିବରେସନ୍ ଆର୍ମି ସହ ଜଡିତ ଚୀନର ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ନାତକ ଛାତ୍ର ଏବଂ ଗବେଷକଙ୍କ ପାଇଁ ଭିସା ପ୍ରତ୍ୟାହାର କରିବାର ଏକ ମାସ ପୁରୁଣା ପ୍ରସ୍ତାବ ଉପରେ ବିଚାର କରି ଏଭଳି ନିଷ୍ପତ୍ତି ନେଇଛି, କାରଣ ସେମାନେ ଗୁପ୍ତ ତଥ୍ୟ ଚୋରି କରିବା ଭଳି ବିପଦ ସୃଷ୍ଟି କରିପାରନ୍ତି।

ଚାଡ୍ ୱଲଫ୍ ଆଗରି କହିଛନ୍ତି ଯେ, କରୋନୋଭାଇରସ୍ ଗବେଷଣା ଚୋରି କରିବା ସହିତ ଚୀନ୍ ଦ୍ୱାରା ହୋଇଥିବା ଅନୈତିକ ବାଣିଜ୍ୟ ପ୍ରଥା ଏବଂ ଔଦ୍ୟୋଗିକ ଗୁପ୍ତଚର କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ ଏବଂ ଆମେରିକୀୟ ଶିକ୍ଷାକୁ ଶୋଷଣ କରିବା ପାଇଁ ଛାତ୍ର ଭିସାର ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ।ଚୀନ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ଆମେରିକା ଆଗକୁ ନିଷେଧ କରିବାକୁ ଯାଉଛି। ଆମେରିକାର ମୁଖପାତ୍ର କହିଛନ୍ତି ଯେ, ଆମେରିକାର ରାଷ୍ଟ୍ରପତିଙ୍କ ଦ୍ବାରା ମେ’ ୨୯ରେ କରାଯାଇଥିବା ଘୋଷଣାର ଫଳସ୍ବରୁପ ଏହି ନିଷ୍ପତ୍ତି ନିଆଯାଇଛି। କାରଣ ଚୀନ୍ ହଂକଂରେ ଗଣତନ୍ତ୍ରକୁ ଶେଷ କରିବାକୁ ଚେଷ୍ଟା କରୁଛି।

Comments are closed.