ନିଟ୍ ପରୀକ୍ଷା ପାଇଁ ବିଏମସିର ପ୍ରସ୍ତୁତି

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ହେବାକୁ ଥିବା ନିଟ୍ ପରୀକ୍ଷା ପାଇଁ ଭୁବନେଶ୍ବର ମହାନଗର ନିଗମର ପ୍ରସ୍ତୁତି। ବିଏମସିର ଓ ନିଟ୍ ସଂଯୋଜକଙ୍କ ସହ ଆଲୋଚନା ଚାଲିଛି। ରାଜ୍ୟ ସରକାର ଉତ୍ତମ ବ୍ୟବସ୍ଥା କରିଛନ୍ତି ବୋଲି ରାଜ୍ୟ ସଂଯୋଜକ ପଲି ପଟ୍ଟନାୟକ କହିଛନ୍ତି। ଭୁବନେଶ୍ବରର ୩୧ ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ ସେଥିମଧ୍ୟରୁ ୧୩୦୦ ଜଣ ସରକାରୀ ସୁବିଧା ପାଇଁ ପଞ୍ଜୀକରଣ କରିଛନ୍ତି। ପରୀକ୍ଷାର୍ଥୀଙ୍କ ଯାତାୟତଠାରୁ ରହିବା ବ୍ୟବସ୍ଥା ଭଲ ଭାବେ ହୋଇଥିବା ସେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଶନିବାରରୁ ପରୀକ୍ଷା ଦେବା ପାଇଁ ବସ୍ରେ ପରୀକ୍ଷାର୍ଥୀ ଆସିବେ। ରବିବାର ଅପରାହ୍ନ ୨ଟା ରୁ ୫ ଟାରେ ପରୀକ୍ଷା ଦେଇ ଫେରିଯିବେ। ପରୀକ୍ଷା କେନ୍ଦ୍ରକୁ ୧୨:୩୦ରୁ ପ୍ରବେଶ ଆରମ୍ଭ ହେବ। ପରୀକ୍ଷା କେନ୍ଦ୍ର ଗୁଡ଼ିକୁ ଭଲ ଭାବେ ବିଶୋଧନ କରାଯାଉଛି। ନିଟ୍ ପରୀକ୍ଷାର୍ଥୀଙ୍କ ଥର୍ମାନ ସ୍କାନିଂ ହେବ। ନିଟ୍ ପରୀକ୍ଷାର୍ଥୀଙ୍କ ରହିବା ପାଇଁ ଯେଉଁ ସବୁ ସ୍ଥାନରେ ବ୍ୟବସ୍ଥା ହୋଇଛି, ସେଠାରେ ଏକ ଡାକ୍ତରୀ ଟିମ ନିୟୋଜିତ କରାଯିବ। ପରୀକ୍ଷା କେନ୍ଦ୍ର ବାହାରେ ଡାକବାଜି ଯନ୍ତ୍ର ଦ୍ୱାରା ଗହଳି ନ କରିବାକୁ ନିବେଦନ କରାଯିବ। ଗହଳି ନିୟନ୍ତ୍ରଣ ପାଇଁ ଜେଡଡିସି ଓ ସ୍ଥାନୀୟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଯାଏଁ କୌଣସି ପରୀକ୍ଷାର୍ଥୀଙ୍କ କୋଭିଡ ଲକ୍ଷଣ ଦେଖାଯାଇ ନ ଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ କହିଛନ୍ତି।