Odisha Link
Bridging the Missing Links in Odisha

ଦୀପିକାଙ୍କ ରାମ ହେବେ ପ୍ରଭାସ

ମୁମ୍ବାଇ:  ଟଲିଉଡ଼ ଷ୍ଟାର ପ୍ରଭାସ ନିଜର ଭିନ୍ନ ଅଭିନୟର ଯାଦୁରେ ଲୋକର ମନକୁ କିଣି ନେଇଛନ୍ତି । ତାଙ୍କ ଅଭିନୀତ ସିନେମା ବାହୁବଳୀ ସମସ୍ତଙ୍କୁ ବେଶ ପସନ୍ଦ ଆସିଥିଲେ ।  ବର୍ତ୍ତମାନ ସେ ଅନ୍ୟ ଏକ ବଡ଼ ପ୍ରୋଜେକ୍ଟରେ କାମ କରୁଛନ୍ତି। ଏବେ ବିଭିନ୍ନ ମହଲରେ ସିନେମା ‘ଆଦିପୁରୁଷ’କୁ ନେଇ ଚର୍ଚ୍ଚା ଚାଲିଛି।ସିନେମାଟିକୁ ଟି-ସିରିଜ୍‌ର ଭୂଷଣ କୁମାରଙ୍କ ପ୍ରଯୋଜନା ଦେଇଛନ୍ତି ।

ଏଥିରେ ରାମଙ୍କ ଚରିତ୍ରରେ ପ୍ରଭାସ ଅବତୀର୍ଣ୍ଣ, ସୀତାଙ୍କ ଭୂମିକାରେ ଦୀପିକା ପାଦୁକୋନ୍ ଓ ରାବଣ ଚରିତ୍ରରେ ସୈଫ୍ ଅଲୀ ଖାନ୍ ଅଭିନୟ କରିବେ । ସିନେମାଟିକୁ ସଞ୍ଜୟ ନିର୍ଦେଶନା ଦେବା ସହିତ, ପ୍ରଭାସଙ୍କ ଏଇ ଭୂମିକାରେ ଅଭିନୟ କରିବା ପଛର କାରଣ ରହିଛି ବୋଲି ଏକ ସାକ୍ଷାତକାରରେ କହିଛନ୍ତି ।

ପ୍ରଥମ ଦିନ ହିଁ ସ୍ଥିର କରିଥିଲେ ରାମଙ୍କ ଚରିତ୍ରକୁ ପରଦା ଉପରେ ପ୍ରଭାସ ସୁନ୍ଦର ଭାବେ ଅଭିନୟ କରିପାରିବେ। ସଞ୍ଜୟଙ୍କ ମତ ,ପ୍ରଭାସଙ୍କ କଥାକୁହା ଆଖି ପାଇଁ ସେ ଏଇ ଭୂମିକାକୁ ହାତେଇପାରିଛନ୍ତି । ସିନେମାଟିର ପ୍ରି-ପ୍ରଡକ୍ସନ୍ କାମ ଆରମ୍ଭ ହୋଇଯାଇଛି ଓ ଆସନ୍ତା ବର୍ଷ ସୁଟିଂ ଆରମ୍ଭ ହେବ ।

Comments are closed.