Odisha Link
Bridging the Missing Links in Odisha

ଚମ୍ବଲ ନଦୀରେ ଡଙ୍ଗା ଓଲଟି ୭ ମୃତ, ୮ ନିଖୋଜ

ରାଜସ୍ଥାନ: ରାଜସ୍ଥାନର ଚମ୍ବଲ ନଦୀରେ ଏକ ଡଙ୍ଗା ଓଲଟି ଯାଇଛି। କୋଟା ଜିଲ୍ଲାର ଇଟାୱା ସହର ପାଖ ଖାତୋଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ଡଙ୍ଗାରେ ୩୦ ଜଣ ଲୋକ ଥିଲେ। ଡଙ୍ଗା ଓଲଟି ପଡିବାରୁ ୭ ଜଣଙ୍କର ମୃତ୍ୟୃୁ ଘଟିଛି ଏବଂ ୮ ଜଣ ନିଖୋଜ ଅଛନ୍ତି। ମୃତକମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଗୋଥାରା କଳାର ବାସିନ୍ଦା।

ଅଧିକ ଓଜନ କାରଣରୁ ଡଙ୍ଗାଟି ଓଲଟି ପଡିଥିଲା ବୁଡ଼ି ଯାଇଥିବା କିଛି ଲୋକଙ୍କୁ ସୁରକ୍ଷିତ ଭାବେ ନଦୀରୁ ଉଦ୍ଧାର କରାଯାଇଛି। ଉଦ୍ଧାର ସମୟରେ ନଦୀର ସ୍ରୋତ ଅଧିକ ଯୋଗୁଁ କିଛି ଲୋକ ଭାସି ଯାଇଛନ୍ତି। ତେବେ ୮ ଜଣ ନିଖୋଜ ଥିବା ଜଣାପଡିଛି। ଉଦ୍ଧାର ପାଇଁ କୋଟାରୁ ଏସଡିଆରଏଫ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି। ଡଙ୍ଗାରେଥିବା ସମସ୍ତ ଲୋକ କମଲେଶ୍ୱର ଧାମକୁ ଯିବା ପାଇଁ ଡଙ୍ଗାରେ ଚମ୍ବଲ ନଦୀ ପାର ହେଉଥିଲେ।

Comments are closed.