Odisha Link
Bridging the Missing Links in Odisha

ବିଧାନସଭା: ୨୭ରେ ବିଧାୟକଙ୍କ କରୋନା ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ଏହା ଭିତରେ ଓଡ଼ିଶାରେ ବିଧାନସଭା ଆରମ୍ଭ ହେବାକୁ ନିଷ୍ପତି ନିଆଯାଇଛି। ତେବେ ବିଧାନସଭା ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କ କରୋନା ଟେଷ୍ଟ କରାଯିବ। ବିଧାୟକଙ୍କ ସହ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ। ବିଧାୟକ, ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କ ଆରଟି-ପିସିଆର ଟେଷ୍ଟ କରାଯିବ। ଆସନ୍ତା ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ଏକ ସ୍ୱତନ୍ତ୍ର କ୍ୟାମ୍ପରେ ଏହି ଟେଷ୍ଟ କରାଯିବ। ଏନେଇ ବିଏମସି କମିଶନର, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି।

ପରେ ପୁଣି ୪ ତାରିଖ ଦିନ ମଧ୍ୟ ସବୁ ବିଧାୟକଙ୍କ ଟେଷ୍ଟ କରାଯିବ। ଅଧିବେଶନ ବେଳେ କାହାକୁ ଅସ୍ୱାଭାବିକ ଲାଗିଲେ ସେମାନେ ଆଣ୍ଟିଜେନ ଟେଷ୍ଟ କରିପାରିବେ। ବିଧାନସଭା ସଚିବାଳୟ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବି ଟେଷ୍ଟ ହେବ। ଏପରିକି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ଅଫିସ କର୍ମଚାରୀଙ୍କର ବି ଟେଷ୍ଟ ହେବ। ଟେଷ୍ଟ ପାଇଁ ସମସ୍ତ ଅନୁଷଙ୍ଗିକ ବ୍ୟବସ୍ଥା ଯୋଗାଇ ଦେବାକୁ ବିଏମସିକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.