Odisha Link
Bridging the Missing Links in Odisha

ଅନୁରାଗ କଶ୍ୟପଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗ। ଏଭଳି ଅଭିଯୋଗ ଆଣିଛନ୍ତି ବଲିଉଡ ଅଭିନେତ୍ରୀ ପାୟଲ ଘୋଷ। ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ପାୟଲ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ପାୟଲ ଏହି ମାମଲାରେ କହିଛନ୍ତି- ଅନୁରାଗ ତାଙ୍କୁ ଲାଇବ୍ରେରୀ ନେଇ ଆପତ୍ତିଜନକ ଭିଡିଓ ଦେଖାଇଥିଲେ। ଅନୁରାଗ ଏହି ଅଭିଯୋଗ୍ୟକୁ ସମ୍ପୂର୍ଣ୍ଣ ମିଥ୍ୟା କହି ଜବାବ ଦେଇଛନ୍ତି।

ପାୟଲ କହିଛନ୍ତି, ଅନୁରାଗ ତାଙ୍କୁ ଲାଇବ୍ରେରୀକୁ ଡାକି ନେଇ ସେଠାରେ କିଛି ଆପତ୍ତିଜନକ ଭିଡିଓ ଦେଖାଇଥିଲେ। #MeToo ମୁଭମେଣ୍ଟରେ ମଧ୍ୟ ପାୟଲ ନିଜ ଆପତ୍ତି ବଖାଣିଥିଲେ। ତେବେ, ପରେ ସେ ଉକ୍ତ ଟ୍ୱିଟକୁ ଡିଲିଟ୍ କରି ଦେଇଛନ୍ତି। ସେ କହିଛନ୍ତି ସେ ପରିବାର ଠାରୁ ସପୋର୍ଟ ଆଶା କରୁଛନ୍ତି। ଏହା ପରେ ଯାଇ ସେ କୌଣସି ଏଜେନ୍ସି ସହ ସମ୍ପର୍କ କରିବେ। ସେ ଆହୁରି କହିଛନ୍ତି ଅନୁରାଗ କ୍ଷମା ମାଗିଲେ କ୍ଷମା କରିଦେବି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାୟଲ ଟ୍ୱିଟ୍ କରି ଲେଖିଥିଲେ, ଅନୁରାଗ କଶ୍ୟପ ବହୁତ ଖରାପ ଭାବେ ମୋ ଉପରେ ଚାପ ପକାଇଥିଲ । ନରେନ୍ଦ୍ର ମୋଦି ଦୟାକରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଏବଂ ଦେଶକୁ ଦେଖାନ୍ତୁ ଏହି କ୍ରିଏଟିଭ୍ ମଣିଷ ପଛରେ ରାକ୍ଷସ ଛୁପି ରହିଛି। ମୋତେ ଜଣା ଅଛି ଏହାପରେ ମୋତେ କ୍ଷତି ପହଞ୍ଚିବ। ମୋ ସୁରକ୍ଷା ବିପଦରେ ଅଛି, ଦୟାକରି ସହାୟତା କରନ୍ତୁ।

ପାୟଲଙ୍କ ଅଭିଯୋଗର ଜବାବ ଦେଇ ଅନୁରାଗ କହିଛନ୍ତି, କଣ କଥା, ମୋତେ ଚୁପ୍ କରାଇବାକୁ ଏତେ ସମୟ ଚେଷ୍ଟା କଲ। ମୋତେ ଚୁପ୍ କରାଇବାକୁ ଏତେ ମିଛ କହିଲ। ନିଜେ ନାରୀ ହୋଇ ଅନ୍ୟ ଜଣେ ନାରୀକୁ ଟାଣିଲ। ମାଡ୍ୟାମ ଟିକିଏ ତ ମର୍ଯ୍ୟାଦା ରକ୍ଷା କରନ୍ତୁ। ଆପଣ ଯାହା ଅଭିଯୋଗ କରିଛନ୍ତି ସବୁ ମିଥ୍ୟା।

Comments are closed.