Odisha Link
Bridging the Missing Links in Odisha

ଏଲଏସି ବିବାଦ : ଭାରତ-ଚୀନ୍ ମଧ୍ୟରେ କୋର କମାଣ୍ଡରସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ : କିଛି ଦିନ ହେବ ଭାରତ-ଚୀନ୍ ମଧ୍ୟରେ ଉତ୍ତେଜନା ସୃଷ୍ଚି ହୋଇଥିଲା । ବର୍ତ୍ତମାନ ଏଲଏସିରେ ଉତ୍ତେଜନା ହ୍ରାସ ନେଇ ଭାରତ-ଚୀନ୍ ମଧ୍ୟରେ କୋର କମାଣ୍ଡରସ୍ତରୀୟ ଆଲୋଚନା ହୋଇଛି । ଦୁଇ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନାରେ ପ୍ରଥମ ଥର ପାଇଁ ବିଦେଶ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ନବୀନ ଶ୍ରୀବାସ୍ତବ ଯୋଗ ଦେଉଛନ୍ତି ।

ଅଗଷ୍ଟ ୨ ପରେ ବରିଷ୍ଠ କମାଣ୍ଡର ଲେଫ୍‌ଟେନେଣ୍ଟ ଜେନରଲ ହରିନ୍ଦର ସିଂହ ଓ ତାଙ୍କ ଚୀନ୍ ପ୍ରତିପକ୍ଷ ମେଜର ଜେନେରାଲ ଲିୟୁ ଲିନ୍‌ଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ । ନିଜ ମାଟିରୁ ଇଞ୍ଚେ ବି ପଛକୁ ହଟିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି । ଆଜିର ବୈଠକରେ ଫୋକସ୍‌ରେ ରହିଛି ପେଙ୍ଗୋଙ୍ଗ ଓ ଦେପସାଙ୍ଗ ଅଞ୍ଚଳ ।

ମସ୍କୋରେ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଓ ତାଙ୍କ ଚୀନ୍ ପ୍ରତିପକ୍ଷ ୱାଙ୍ଗ ୱିଙ୍କ ମଧ୍ୟରେ ସୀମା ବିବାଦ ନେଇ ଆଲୋଚନା ହୋଇଥିଲା । ଏହାପରେ ଦୁଇ ଦେଶ ମଧ୍ୟରେ ପଞ୍ଚସୂତ୍ରୀ ସହମତି ହୋଇଥିଲା । ଏହାପରେ ଆଜି ପ୍ରଥମ ବୈଠକ ବସୁଛି ।

ସରକାରୀ ସୂତ୍ରରୁ ପ୍ରକାଶ ଯେ ଶୁକ୍ରବାର ଦିନ ଚୀନ୍ ସୈନ୍ୟବାହିନୀର କ୍ରମାଗତ ଯୁଦ୍ଧ ଏବଂ ଏହି ଅଞ୍ଚଳରେ ଭାରତୀୟ ସୈନ୍ୟଙ୍କୁ ଭୟଭୀତ କରିବାର ନୂତନ ପ୍ରୟାସକୁ ଦୃଷ୍ଟିରେ ରଖି ଭାରତ ପୂର୍ବ ଲଦାଖର ସାମଗ୍ରିକ ପରିସ୍ଥିତିର ବିସ୍ତୃତ ସମୀକ୍ଷା କରିଛି।