Odisha Link
Bridging the Missing Links in Odisha

ଭୁଜାଲିରେ ହାଣି ନଗଦ ଟଙ୍କା ସହ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

କେନ୍ଦ୍ରାପଡା : କେନ୍ଦ୍ରାପଡାର ମାର୍ଶାଘାଇ ଥାନା କୁସୁନପୁର ଗାଁରେ ରବିବାର ବିଳମ୍ବିତ ରାତିରେ ୨ଟି ଘରୁ ଟଙ୍କା ଓ ସୁନାଗହଣା ଲୁଟ୍ କରିଛନ୍ତି ଦୁର୍ବୃତ । ଗତକାଲି ବିଳମ୍ବିତ ରାତିରେ କୁସୁନପୁର ଗାଁର କାହ୍ନୁ ଚରଣଙ୍କ ଘରର ଗ୍ରୀଲ ତାଲା ଭାଙ୍ଗି ପଶି ଥିଲେ ୬ ଜଣ ଚୋର । ଚୋରି କରିବା ସମୟରେ ପରିବାର ଲୋକ ନିଦରୁ ଉଠି ଚୋରଙ୍କୁ ବିରୋଧ କରିଥିଲେ ।

୬ଜଣ ଦୁର୍ବୃତ କାହ୍ନୁଚରଣ ଓ ତାଙ୍କ ସ୍ତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ କରି ରକ୍ତାକ୍ତ କରିବା ପରେ ଏକ ଘରେ ପୁରାଇ ବାହାରୁ ତାଲା ଦେଇ ଫେରାର ହୋଇଯାଇଛନ୍ତି । ଜଣେ ଆହତଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ମହିଳା ଜଣକ କେନ୍ଦ୍ରାପଡା ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । କାହ୍ନୁଚରଣଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଗତକାଲି ରାତିରେ ହିଁ ଦୁର୍ବୃତ୍ତମାନେ ଗାଁର ଅନ୍ୟ ଜଣଙ୍କ ଘରେ ମଧ୍ୟ ପଶି ଉକ୍ତ ପରିବାର ଲୋକଙ୍କୁ ଏକ ରୁମ୍‌ରେ ଭର୍ତ୍ତି କରି ବାହାର ପଟୁ ତାଲା ପକାଇ ଟଙ୍କା ଓ ସୁନାଗହଣା ଲୁଟ୍ କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Comments are closed.