Odisha Link
Bridging the Missing Links in Odisha

ଆଜିଠୁ ଯୁକ୍ତ୨ ନାମଲେଖା : ପ୍ରତି ଘଣ୍ଟାରେ ୧୫ ଜଣ ନାମ ଲେଖାଇବେ

ଭୁବନେଶ୍ୱର : ଆଜିଠାରୁ ଯୁକ୍ତ ଦୁଇ କଲେଜରେ ନାମଲେଖା ଆରମ୍ଭ  ।୨୧ ତାରିଖରୁ ୨୬ ତାରିଖରେ ପର୍ଯ୍ୟନ୍ତ ନାମ ଲେଖା ହେବ । ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏ ନାମଲେଖା ଚାଲିବ ।

ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଆଧାରରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ସଂସ୍କୃତ ବିଭାଗରେ ନାମଲେଖାଏ ହେବ । ଏହି ପର୍ଯ୍ୟାୟରେ ନାମଲେଖା ପାଇଁ ୩ ଲକ୍ଷ ୪୭ ହଜାର ୬୨୬ ଜଣ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇଛି । ନାମ ଲେଖିବାକୁ ଆସୁଥିବା ଛାତ୍ରଛାତ୍ରୀ ଓ ନାମଲେଖା ଦାୟିତ୍ୱରେ ଥିବା ଅଧିକାରୀ ଏବଂ କର୍ମଚାରୀ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ନିୟମକୁ ପାଳନ କରିବା ବାଧ୍ୟତାମୂଳକ । କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରି ଅଡମିଶନ କରାଇବାକୁ କ୍ୟାମ୍ପସରେ ବ୍ୟବସ୍ଥା କରାଯାଇଛି ।

ଛାତ୍ରଛାତ୍ରୀ ନାମ ଲେଖିବାକୁ ଯିବା ସମୟରେ ନିଜ ସହିତ କେବଳ ଜଣେ ଅଭିଭାବକଙ୍କୁ ନେଇ ପାରିବେ । ନାମଲେଖା ବେଳେ ଗୋଟିଏ ଟିମ୍‌କୁ ସକାଳ ୯ଟାରୁ ଅପରାହ୍ନ ୧ଟା ଓ ଦ୍ୱିତୀୟ ଟିମ୍‌କୁ ଅପରାହ୍ନ ୧ଟା ୩୦ରୁ ୫ଟା ପର୍ଯ୍ୟନ୍ତ ଡ୍ୟୁଟିରେ ନିୟୋଜିତ କରିପାରିବେ । ନାମଲେଖା ହଲ୍‌ରେ ପ୍ରତି ଷ୍ଟ୍ରିମ୍‌ରୁ ୧୫ ଜଣ ମନୋନୀତ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ହୋଇଥିବା ଗୋଟିଏ ବ୍ୟାଚ ଭିତରକୁ ଛଡାଯିବ ।

୧ ଘଣ୍ଟା ମଧ୍ୟରେ ନାମ ଲେଖା ସାରି ପୁଣି ନୂଆ ବ୍ୟାଚକୁ ଭିତରକୁ ଯିବାକୁ ଅନୁମତି ଦିଆଯିବ । ଆଡମିଟ୍ କାର୍ଡରେ ଦିଆଯାଇଥିବା ସମୟ ମଧ୍ୟରେ ପହଞ୍ଚିନଥିବା ଛାତ୍ରଛାତ୍ରୀ ଅପରାହ୍ନ ୪ଟାରୁ ୫ଟା ପର୍ଯ୍ୟନ୍ତ ନାମ ଲେଖିପାରିବେ । କଲେଜ କ୍ୟାମ୍ପସର ପ୍ରବେଶ ପଥରେ ପାଣି, ହ୍ୟାଣ୍ଡୱାସ୍‌, ସାନିଟାଇଜର ଓ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ବାଧ୍ୟତାମୂଳକ ହୋଇଛି।

କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୨୩ ହଜାର ୫୭୫ ଛାତ୍ରଛାତ୍ରୀଙ୍କୁ ଡକାଯାଇଥିବା ବେଳେ ବିଜ୍ଞାନରେ ୮୪ ହଜାର ୭୮୯, ବାଣିଜ୍ୟରେ ୨୫ ହଜାର ୬୨ ଜଣ, ସଂସ୍କୃତରେ ୮୪୩୮ ଓ ଧନ୍ଦାମୂଳକ ବିଭାଗରେ ୫୭୬୨ ଜଣ ରହିଛନ୍ତି।

ଅକ୍ଟୋବର ୩ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ସହ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ୫ରୁ ୭ ତାରିଖ ମଧ୍ୟରେ ହେବ। ୧୫ ତାରିଖରେ ସ୍ପଟ୍‌ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ ଏବଂ ୧୬ରେ ସ୍ପଟ୍‌ ନାମଲେଖା କରାଯିବ। ଅକ୍ଟୋବର ୧୭ ସୁଦ୍ଧା ନାମଲେଖା ପ୍ରକ୍ରିୟ‌ା ଶେଷ ହେବ।

Comments are closed.