Odisha Link
Bridging the Missing Links in Odisha

ରାଜ୍ୟରେ ୨୪ ଘଣ୍ଟାରେ ୪୫,୬୭୬ କରୋନା ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫ ହଜାର ୬୭୬ କରୋନା ନମୁନା ଟେଷ୍ଟ ହୋଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି। ରାଜ୍ୟରେ ଆରଟିପିସିଆର, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ମାଧ୍ୟମରେ କରୋନା ନମୁନା ଟେଷ୍ଟ କରାଯାଇଛି।

ରାଜ୍ୟରେ ଗତ ୨୪ ଘଣ୍ଟାରେ, ଆରଟିପିସିଆରରେ ୭ ହଜାର ୮୯୯, ଆଣ୍ଟିଜେନରେ ୩୭ ହଜାର ୬୪୯ ଓ ଟ୍ରୁନଟ୍ ମାଧ୍ୟମରେ ୧୨୮ଟି କରୋନା ନମୁନା ଟେଷ୍ଟ କରାଯାଇଛି। କେନ୍ଦ୍ରାପଡ଼ାରେ ସର୍ବାଧିକ ୭,୫୦୬ନମୁନା ପରୀକ୍ଷା ହୋଇଥିବା ବେଳେ କେନ୍ଦୁଝରରେ ୩,୦୯୨, ମୟୂରଭଞ୍ଜରେ ୩ ହଜାର ୫୬୭ ଓ ଗଞ୍ଜାମରେ ୪,୭୮୯ ଟେଷ୍ଟ ହୋଇଛି।

ରାଜ୍ୟରେ ପ୍ରତି ଦିନ ୪୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଉଛି। ଇତିମଧ୍ୟରେ ରାଜ୍ୟରେ କୋଭିଡ ଟେଷ୍ଟ ସଂଖ୍ୟା ୨୮ ଲକ୍ଷ କରା ସରିଲାଣି।

Comments are closed.