Odisha Link
Bridging the Missing Links in Odisha

ଭୁବନେଶ୍ବରର ୩ କୋଭିଡ୍ ହସ୍ପିଟାଲରେ ମକ୍‌ ଡ୍ରିଲ୍

ଭୁବନେଶ୍ବର: ଗତକାଲି କଟକ ଜଗତପୁରସ୍ଥିତ ସଦଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ରାଜ୍ୟ ସରକାର ଭୁବନେଶ୍ବରରେ ଥିବା କୋଭିଡ ହସ୍ପିଟାଲକୁ ନେଇ ଅଧିକ ସଚେତନ ହୋଇ ଉଠିଛନ୍ତି। କୌଣସି ପ୍ରକାର ଦୁର୍ଘଟଣାକୁ ଏଡାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ କରିଛନ୍ତି। ଅଗ୍ନିଶମ ବିଭାଗ ପକ୍ଷରୁ ଭୁବନେଶ୍ବରର ୩ଟି କୋଭିଡ୍ ହସ୍ପିଟାଲରେ ମକ୍‌ ଡ୍ରିଲ୍‌ ନେଇ ଘୋଷଣା କରିଛନ୍ତି।

ଅଗ୍ନିଶମ ବିଭାଗ ପକ୍ଷରୁ ଭୁବନେଶ୍ୱର ସମ ହସ୍ପିଟାଲରେ ଆରମ୍ଭ ହୋଇଛି ମକଡ୍ରିଲ। ଏହାପରେ ଦିନ ୧୧ଟା ୩୦ରେ କିମ୍ସ କୋଭିଡ ହସ୍ପିଟାଲ ଏବଂ ଦିନ ୧.୧୫ ମିନିଟରେ ଅଶ୍ୱିନୀ ହସ୍ପିଟାଲରେ ଏହି ମକଡ୍ରିଲ କରାଯିବ ବୋଲି ସୂଚନା ମିଳିଛି। ଏସବୁ କୋଭିଡ ହସ୍ପିଟାଲରେ ଥିବା ଅଗ୍ନିନିର୍ବାପକ ଉପକରଣ ଗୁଡିକର ଯାଞ୍ଚ କରାଯିବ। ସେହିପରି ଜରୁରୀ ପରିସ୍ଥିତିରେ ହସ୍ପିଟାଲ କର୍ମଚାରୀ କିଭଳି ଏହି ଉପକରଣର ସଠିକ ଉପଯୋଗ କରିପାରିବେ ସେନେଇ ପ୍ରଶିକ୍ଷଣ ଦିଆଯିବ।

ସୂଚନାଯୋଗ୍ୟ, ଗତକାଲି ସଦଗୁରୁ କୋଭିଡ୍ ହସ୍ପିଟାଲର ତୃତୀୟ ମହମଲାରେ ଥିବା ଆଇସିୟୁରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ରୋଗୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

Comments are closed.