Odisha Link
Bridging the Missing Links in Odisha

ଗର୍ଭବତୀ ନାବାଳିକାକୁ ଜାଳି ଦେଲା ପ୍ରେମିକ

ସବଡେଗା: ଗର୍ଭବତୀ ନାବାଳିକାକୁ ଜାଳି ଦେଲା ପ୍ରେମିକ। ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅନ୍ତର୍ଗତ ସବଡେଗା ଅଞ୍ଚଳରେ ଘଟିଛି। ଏକ ଘର ଭିତରୁ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ଜମୁନା ପଞ୍ଚାୟତର ମାୟାବାହାଲ ଗ୍ରାମର ବୁଢାପଡ଼ାର ଚଏତୁ ମାଝିଙ୍କ ଝିଅ ସଂଜୁ ମାଝି(୧୫)ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି।

ନାବାଳିକାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ଟୁଙ୍ଗରିପଡ଼ାର ଶ୍ରୀକାନ୍ତ ପ୍ରଧାନ ନାମକ ଜଣେ ବିବାହିତ ଯୁବକ ସଂଜୁଙ୍କୁ ପ୍ରେମ ଜାଲରେ ଫସାଇ ଗର୍ଭବତୀ କରିଥିଲେ। ଗତକାଲି କୌଣସି କଥାକୁ ନେଇ ଉତ୍କ୍ଷିପ୍ତ ହୋଇ ଶ୍ରୀକାନ୍ତ ସଂଜୁଙ୍କ ଦେହରେ କିରାସିନି ଢାଳି ଜାଳି ଦେଇଛନ୍ତି।

ଏହି ଘଟଣା ପରେ ଘଟାଇବା ପରେ ଅଭିଯୁକ୍ତ ଶ୍ରୀକାନ୍ତ ପ୍ରଧାନ ଫେରାର୍ ହୋଇଯାଇଛି। ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗିରହିଛି। ସଂଜୁ ୪ ମାସର ଗର୍ଭବତୀ ଥିବା କୁହାଯାଉଛି। ଘଟଣା ସ୍ଥଳରେ ତଳସରା ଥାନା ପୁଲିସ୍ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

Comments are closed.