Odisha Link
Bridging the Missing Links in Odisha

ରାଜ୍ୟରେ ୨୪ ଘଣ୍ଟାରେ ୪୫ ହଜାରରୁ ଊର୍ଦ୍ଧ୍ୱ କରୋନା ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫ ହଜାର ୬୨୧ କରୋନା ଟେଷ୍ଟ ହୋଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ବୁଧବାର ସୂଚନା ଦେଇଛନ୍ତି। ରାଜ୍ୟରେ ଆରଟିପିସିଆର, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ମାଧ୍ୟମରେ କରୋନା ନମୁନା ଟେଷ୍ଟ କରାଯାଇଛି।

ରାଜ୍ୟରେ ଗତ ୨୪ ଘଣ୍ଟାରେ, ଆରଟିପିସିଆରରେ ୮ ହଜାର ୫୯୯, ଆଣ୍ଟିଜେନରେ ୩୬ ହଜାର ୬୦୭ ଓ ଟ୍ରୁନଟ୍ ମାଧ୍ୟମରେ ୧୧୫ଟି କରୋନା ନମୁନା ଟେଷ୍ଟ କରାଯାଇଛି। ଗଞ୍ଜାମରେ ସର୍ବାଧିକ ୪,୪୪୬ନମୁନା ପରୀକ୍ଷା ହୋଇଥିବା ବେଳେ କେନ୍ଦୁଝରରେ ୩,୦୨୩ ଓ ମୟୂରଭଞ୍ଜରେ ୪ ହଜାର ୩୮୯ ଟେଷ୍ଟ ହୋଇଛି।

ରାଜ୍ୟରେ ପ୍ରତି ଦିନ ୪୫ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଉଛି। ଇତିମଧ୍ୟରେ ରାଜ୍ୟରେ କୋଭିଡ ଟେଷ୍ଟ ସଂଖ୍ୟା ୨୯ ଲକ୍ଷ କରା ସରିଲାଣି।

Comments are closed.