Odisha Link
Bridging the Missing Links in Odisha

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍: ଆଜି ଦୀପିକାଙ୍କୁ ହୋଇପାରେ ସମନ୍

ମୁମ୍ବାଇ: ବଲିଉଡ୍‌ରେ ଡ୍ରଗ୍ସ ରାକେଟ୍ ନେଇ ଏନ୍‌ସିବି ଜୋରଜାର ଖୋଳତାଡ଼ କରୁଛି। ଏନ୍‌ସିବିର ତଦନ୍ତରେ ବଲିଉଡର ଅନେକ ଲୋକ୍ରପ୍ରିୟ କଳାକାରଙ୍କ ନାମ ସାମନାକୁ ଆସିଛି। ଏଥିରେ  ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସମେତ ଶ୍ରଦ୍ଧା କପୁର, ସାରା ଅଲ୍ଲୀଖାନ୍‌ ଏବଂ ରକୁଲ ପ୍ରୀତ୍‌ ସିଂହ ନାଁ ଏବେ ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଆଜି ଦୀପିକାଙ୍କୁ ସମନ କରିପାରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ। ଡ୍ରଗ୍‌ସ୍‌ ମାମଲାରେ ପ୍ରକାଶ ପାଇଥିବା ୫ ସେଲିବ୍ରିଟିଙ୍କ ପ୍ରଥମ ଅକ୍ଷର କେ, ଡି, ଏସ୍‌, ଏନ୍‌ ଓ ଜେ ଭିତରୁ ‘ଡି’ ହେଉଛନ୍ତି ଦୀପିକା ପାଦୁକୋଣ ବୋଲି ଜଣାପଡ଼ିଛି।

ଡ୍ରଗ୍ସ ଲିଙ୍କରେ ଦୀପିକାଙ୍କ ନାଁ ଚର୍ଚ୍ଚାକୁ ଆସିବା ପରେ ୨୦୧୭ର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କୁହାଯାଉଛି ଟ୍ୟାଲେଂଟ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ସହ ଡ୍ରଗ୍ସ ଚାଟ୍‌ରେ ଦୀପିକା କୋକୋ ରେଷ୍ଟୁରାଣ୍ଟ କଥା ଉଠାଇଥିଲେ। ଯେଉଁ ପାର୍ଟିରେ ନିଷିଦ୍ଧ ଗଞ୍ଜେଇ ଭଳି ଡ୍ରଗ୍ସ ସେବନ ପାଇଁ ସେ କରିଶ୍ମା ପ୍ରକାଶଙ୍କ ସହ ହ୍ୱାଟ୍ସଆପ ଚାଟରେ କଥା ହୋଇଛନ୍ତି। ଏହି ଚାଟ୍ ସାମ୍ନାକୁ ଆସିବା ପରେ ଏନସିବି ରାଡାରକୁ ଚାଲି ଆସିଛନ୍ତି ଉଭୟ ଦୀପିକା ଓ ତାଙ୍କ ଟ୍ୟାଲେଂଟ ମ୍ୟାନେଜର କରିଶ୍ମା ପ୍ରକାଶ। କାଲି ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ସମନ୍ କରାଯାଇଥିଲା। କିନ୍ତୁ ସେ ୨୫ ତାରିଖ ପର୍ଯ୍ୟନ୍ତ ସମୟ ମାଗିଛନ୍ତି। ତାଙ୍କ ବୟାନକୁ ଭିତ୍ତି କରି ଦୀପିକାଙ୍କୁ ଡକାଯାଇପାରେ ବୋଲି ବ୍ୟୁରୋର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ କରିବା ସମୟରେ ଡ୍ରଗ୍ସ ଲିଙ୍କଚ ଘଟଣା ସାମ୍ନାକୁ ଆସିଥିଲା। ଏଥିରେ ସଂପୃକ୍ତ ଥିବ‌ା ଅଭିଯୋଗରେ ବର୍ତମାନ ସୁଦ୍ଧା ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତୀ ଓ ରିୟା ଭାଇ ସୌଭିକ୍‌ଙ୍କ ୧୨ ଜଣଙ୍କୁ ଗିରଫ କରାଯାଇଛି। ସେପ୍ଟେମ୍ବର ୬ରୁ ୯ ତାରିଖ ଭିତରେ ରିୟାଙ୍କୁ ଏନ୍‌ସିବି ଜେରା କରୁଥିବା ସମୟରେ ସେ ସାରା ଅଲ୍ଲୀଖାନ୍‌, ରକୁଲ ପ୍ରୀତ୍‌ ସିଂହ ଓ ଡିଜାଇନର୍‌ ସିମୋନ ଖମ୍ବାଟ୍ଟାଙ୍କ ନାମ କହିଥିଲେ।

Comments are closed.