Odisha Link
Bridging the Missing Links in Odisha

ଆମ୍ବୁଲାନ୍ସ ଧକ୍କାରେ ୩ ମୃତ

ଯାଜପୁର:ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜଣଙ୍କ ଜୀବନ। ଆମ୍ବୁଲାନ୍ସ ଟି ଏକ ବାଇକର ପଛ ପଟୁ ଧକ୍କା ଦେବାରୁ ତିନି ଜଣଙ୍କର ମୃତ୍ୟୁ ହୋଇଛି । ମର୍ମନ୍ତୁଦ ସଡକ ଦୁର୍ଘଟଣାଟି ଯାଜପୁର ଧର୍ମଶାଳା ଥାନା୧୬ ନମ୍ବର ଜାତୀୟ ରାଜପଥ ନେଉଳପୁର ନିକଟରେ ଘଟିଛି। ଦୁର୍ଘଟଣାରେ ଦମ୍ପତିଙ୍କ ସମେତ ଝିଅର ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ବାଇକରେ ଚଣ୍ଡିଖୋଲକୁ ଆସୁଥିବା ବେଳେ ପଛପଟୁ ଅର୍ଥାତ ଭଦ୍ରକରୁ କଟକ ଅଭିମୁଖେ ଆସୁଥିବା ଏକ ପ୍ରାଇଭେଟ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ୍‌ରେ ଥିବା ଛୋଟ ଝିଅ ସମେତ ବାପା-ମାଆଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସଙ୍କର୍ଶନ ସାହୁ, ମାମିନା ସାହୁ ଏବଂ ସମ୍ପୂର୍ଣ୍ଣ ସାହୁ।

ରାସ୍ତା କାମ ଯୋଗୁଁ ଗୋଟିଏ ପଟେ ଗାଡ଼ି ଯାଉଥିବାରୁ ଏପରି ଦୁର୍ଘଟଣା ହୋଇଥିବା ଜଣାପଡିଛି। ତେବେ ଧକ୍କା ଦେବା ପରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଆମ୍ବୁଲାନ୍ସରେ ରୋଗୀ ନଥିବା ସୂଚନା ମିଳିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପଠାଇବା ସହ ଆମ୍ୱୁଲାନ୍ସକୁ ଜବତ କରିଛି।

Comments are closed.