Odisha Link
Bridging the Missing Links in Odisha

ଚାଟ କରି ଫସିଲେ ରକୁଲପ୍ରୀତ

ମୁମ୍ବାଇ: ବଲିଉଡ୍ ଡ୍ରଗ୍ସ ମାମଲାରେ ଏନସିବି ଅନେକ କଳା କାରଙ୍କୁ ସମନ ଜାରି କରିଥିଲା । ସେମାନେ ହେଲେ ସାରା ଅଲୀ ଖାନ, ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ରକୁଲପ୍ରୀତ ସିଂହ।

 ଆଜି ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ଏନସିବି ଗେଷ୍ଟ ହାଉସରେ ହାଜର ହୋଇଥିଲେ। ତାଙ୍କୁ ୪ଘଣ୍ଟା ଜେରା କରିଥିଲା ଏନସିବି । ତେବେ ଡ୍ରଗ୍ସ ନେଉ ନ ଥିବା ରକୁଲ ରୋକ ଠୋକ ମନା କରିଥିଲେ। ଯଦିଓ ସେ ଡ୍ରଗ୍ସ ନେବା କି ଡ୍ରଗ୍ସ ପେଡଲରଙ୍କ ସମ୍ପର୍କରେ ନ ଥିବା କଥାକୁ ଖଣ୍ଡନ କରିଛନ୍ତି। କିନ୍ତୁ ରିୟା ଚକ୍ରବର୍ତୀଙ୍କ ସହ ଚାଟକୁ ସ୍ବୀକାର କରିଛନ୍ତି। ଅର୍ଥାତ୍ ୨୦୧୮ରେ ରିୟାଙ୍କ ସହ ଚାଟରେ କଥା ହୋଇଥିବା କଥାକୁ ମାନିଛନ୍ତି ରକୁଲ।

ସେ କହିଛନ୍ତି, ଚାଟରେ ରିୟା ତାଙ୍କ ନିଜ ଜିନିଷ ( ଗଞ୍ଜେଇ) ମଗାଉଥିଲେ । ରିୟାଙ୍କ ଜିନିଷ ରକୁଲଙ୍କ ଘରେ ଥିଲା । ଅବଶ୍ୟ ରକୁଲଙ୍କ କଥାରେ କେତେ ସତ୍ୟତା ରହିଛି, ଏହାର ତଦନ୍ତ ବର୍ତ୍ତମାନ ଏନସିବିର ଟିମ୍ କରିବ ।

ଏବେ ରକୁଲଙ୍କ ଜେରା ସରିଛି। ଏହା ସହ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ଜେରା ଆରମ୍ଭ ହୋଇଛି।

Comments are closed.