Odisha Link
Bridging the Missing Links in Odisha

ସେପ୍ଟେମ୍ବର ୨୭ରୁ ପୁରୀ ଓ କୋଣାର୍କକୁ ଗଡିବ ମୋ ବସ୍

ଭୁୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ପୁରୀ ଓ କୋଣାର୍କକୁ ମୋ ବସ୍‌ ସେବା ବନ୍ଦ କରାଯାଇଥିଲା। ଏବେ ପୁଣିଥରେ ଯାତାୟତ ସେବା ଆରମ୍ଭ କରାଯାଇଛି। ସେପ୍ଟେମ୍ବର ୨୭ରୁ ପୁରୀ ଓ କୋଣାର୍କକୁ ମୋ ବସ୍ ସେବା ପୁଣି ଆରମ୍ଭ ହେବାକୁ ଯାଉଛି। ରବିବାର ଦିନ ଉଭୟ ରୁଟରେ ଗୋଟିଏ ଲେଖାଏଁ ବସ୍ ଚାଲିବ ଏବଂ ସୋମବାର ଠାରୁ ଉଭୟ ରୁଟରେ ୨ଟି ଲେଖାଏଁ ବସ୍ ଚାଲିବ। ଏନେଇ କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି।

ମୋ ବସ୍‌ରେ ପୁରୀ ପାଇଁ ୭୦ ଟଙ୍କା ଭଡ଼ା‌ ରଖାଯାଇଥିବା ବେଳେ କୋଣାର୍କ ପାଇଁ ୬୦ ଟଙ୍କା ଭଡ଼ା ଧାର୍ଯ୍ୟ କରାଯାଇଛି। ବସ୍‌ରେ ଯାତାୟତ କରୁଥିବା ବେଳେ ମାସ୍କ ପିନ୍ଧିବା ଓ ସମଦୂରତା ବାଧ୍ୟତାମୂଳକ କରାଯାଇଛି। ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦେବାକୁ କ୍ରୁଟ ପକ୍ଷରୁ ଅନୁରୋଧ କରାଯାଇଛି।

Comments are closed.