Odisha Link
Bridging the Missing Links in Odisha

ଡ୍ରଗ୍ସ ଗ୍ରୁପ୍ ର ଆଡମିନ୍ ଥିଲେ ଦୀପିକା

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବା ପରେ ଏନସିବି ଦୀପିକାଙ୍କୁ ସମନ ପଠାଇଥିଲା । ଗତ କାଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ହାଜର ହେବେ ଦୀପିକା ।

ସୂଚନା ଅନୁସାରେ ଯେଉଁ ହ୍ଵାଟ୍ସଆପ ଗ୍ରୁପରେ ଡ୍ରଗ୍ସକୁ ନେଇ ଆଲୋଚନା କରାଯାଉଥିଲା ସେହି ଗ୍ରୁପର ଆଡମିନ୍ ହେଉଛନ୍ତି ଦୀପିକା । ଏହିଥିରେ ଦୀପିକା ପାଦୁକୋନ ୨୦୧୭ ମସିହାରେ ଡ୍ରଗ୍ସ ମାଗୁଥିବାର ଦେଖିବାକୁ ମିଳିଛି ।

ଏହି ଗ୍ରୁପରେ ଜୟ ଶାହା ଓ କରିସ୍ମା ପ୍ରକାଶ ସାମିଲ ଥିଲେ। ଗ୍ରୁପରେ ଦୀପିକା ଓ କରିସ୍ମା ମଧ୍ୟରେ ଡ୍ରଗ୍ସକୁ ନେଇ କଥା ହୋଇଛନ୍ତି । ଏନସିବି ଶନିବାର ଦୀପିକାଙ୍କୁ ପଚରା ଉଚରା କରିବ ।

ଆଜି କେବଳ ରକୁଲ ପ୍ରୀତ ଏବଂ କରିଶ୍ମାଙ୍କୁ ଜେରା କରିଛି । ରକୁଲ ଡ୍ରଗ୍ସ ନେବା କଥାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ,ରିୟା ଚକ୍ରବର୍ତ୍ତୀଙ୍କ ସହିତ ତାଙ୍କ ଡ୍ରଗ୍ସ ବିଷୟରେ ହ୍ଵାଟ୍ସଆପ୍‌ରେ ଚାଟ୍ କରିଥିଲେ।କାରଣ ତାଙ୍କର ଡ୍ରଗ୍ସ ମୋ ଘରେ ଥିଲା।

Comments are closed.