Odisha Link
Bridging the Missing Links in Odisha

ମହାନଦୀରେ ଦୁଇ ସେତୁର ଭିତ୍ତି ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଜଗତସିଂହପୁର: ଆଜି ମହାନଦୀରେ ଦୁଇ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ତିର୍ତ୍ତୋଲ -ପୋଷଳ ସେତୁ ଏବଂ ଜଇପୁର-କଟିକଟା ସେତୁର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଭିଡିଓ କନଫରେନ୍ସିଂରେ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସମେ ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରଶାନ୍ତ ମୁଦୁଲି ଓ ସମ୍ବିତ ରାଉତରାୟ ପ୍ରମୁଖ ସାମିଲ ହୋଇଥିଲେ।

ତିର୍ତ୍ତୋଲ-ପୋଷଳ ଶଙ୍ଖେଶ୍ୱର ରାସ୍ତାର ମହାନଦୀରେ ସେତୁ ନିର୍ମାଣ ହେବ। ୮୮୮.୮୯ ମିଟର ଦୀର୍ଘ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲ। ସେତୁ ନିର୍ମାଣ ପାଇଁ ୧୧୮.୫୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସେତୁ ନିର୍ମାଣ ଦ୍ୱାରା ୫୦ ହଜାର ଲୋକ ଉପକୃତ ହେବେ।

Comments are closed.