Odisha Link
Bridging the Missing Links in Odisha

ଡିଜିପିଙ୍କ ବିଧାନସଭା ସୁରକ୍ଷା ସମୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ଏଥିପାଇଁ ଆଜି ଡିଜିପି ଅଭୟ ବିଧାନସଭାର ସୁରକ୍ଷା ବ୍ୟବସ୍ଥାର ସମାକ୍ଷା କରିଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଆଇନଶୃଙ୍ଖଳା ଓ ସିପିଙ୍କୁ ନେଇ ଡିଜିପି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ଅବସରରେ ବିଧାନସଭା ଅଧିବେଶନ କାଳରେ ତ୍ରିସ୍ତରୀୟ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି।

ସେହିପରି ଆସନ୍ତା ୩୦ ଭିତରେ କୌଣସି ପ୍ରକାର ବିକ୍ଷୋଭ ପାଇଁ ଅନୁମତି ମିଳିବ ନାହିଁ। ୩୦ ପରେ ସରକାର ଯାହା ନିଷ୍ପତ୍ତି ନେବେ ତାହା ପାଳନ କରାଯିବ ବୋଲି ଡିଜିପି ଅଭୟ କହିଛନ୍ତି। ପ୍ରକାଶ ଯେ, ବିଧାନସଭା ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Comments are closed.