Odisha Link
Bridging the Missing Links in Odisha

ଦୀପକ ଗୁପ୍ତାଙ୍କୁ ୩ ମାସ ଜାମିନ

ଭୁବନେଶ୍ୱର: ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ଜାମିନ। ଆଜି ହାଇକୋର୍ଟ ଦୀପକଙ୍କୁ ୩ ମାସ ଅନ୍ତରୀଣ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ନିୟମିତ ଜାମିନ ଆବେଦନ ଖାରଜ କରି କୋର୍ଟ ଦୀପକଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ଏକ କୋଟି ଟଙ୍କା ନଗଦ ଟଙ୍କା ଜମା କରି ଜାମିନରେ ଯିବାକୁ କୋର୍ଟ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଦୀପକ ନିଜର ପାସପୋର୍ଟ ଜମା କରିବେ ଓ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ନେଇ ମଧ୍ୟ କୋର୍ଟ ସର୍ତ୍ତ ରଖିଛନ୍ତି।

୭ ବର୍ଷ ଜେଲରେ ରହିଥିବାରୁ ଓ ବିଚାର ପ୍ରକ୍ରିୟା ଆଗେଇ ନଥିବାରୁ କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି। ଅକ୍ଟୋବର ୧ରୁ ୨୦୨୧ ଜାନୁଆରୀ ୨ ପର୍ଯ୍ୟନ୍ତ ଅନ୍ତରରୀଣ ଜାମିନ ମଞ୍ଜୁର କରାଯାଇଛି। ଏହାଛଡ଼ା ୨ କୋଟି ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଦୀପକ ଗୁପ୍ତାଙ୍କୁ ଜାମିନ ମିଳିପାରିବ।

Comments are closed.