Odisha Link
Bridging the Missing Links in Odisha

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀଙ୍କୁ ମିଳିବ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶ। ଦେଶର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର ଶାନ୍ତିସ୍ୱରୂପ ଭଟ୍ଟନାଗର ପୁରସ୍କାର ପାଇଁ ଜ୍ୟୋତିଙ୍କ ସମେତ ୧୪ ଜଣଙ୍କୁ ଚୟନ କରାଯାଇଛି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କୁ ସମ୍ମାନିତ କରିବେ। ଏହି ପୁରସ୍କାର ପାଇବାରେ ଜ୍ୟୋତିର୍ମୟୀ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା ବୈଜ୍ଞାନିକ। ରାସାୟନିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜ୍ୟୋତିର୍ମୟୀଙ୍କୁ ଏହି ପୁରସ୍କାର ମିଳିବ। ପୁରସ୍କାର ବାବଦରେ ତାଙ୍କୁ ୫ ଲକ୍ଷ ସହ ମାନପତ୍ର ଦିଆଯିବ।

ଜ୍ୟୋତିର୍ମୟୀ ଦାଶଙ୍କ ଘର ଜଗତସିଂହପୁର ଜିଲ୍ଲାରେ। ସେ ରେଭେନ୍ସ ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତୋକତର ହାସଲ କରିବା ପରେ ଆଇଆଇଟି କାନପୁରରୁ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି । ୨୦୦୯ରେ କୋଲକାତା ଆଇଜରରେ ଆସିଷ୍ଟାଂଟ ପ୍ରଫେସର ରୂପେ ୪ ବର୍ଷ କାର୍ଯ୍ୟ କରିଥିଲେ। ୨୦୧୨ରେ କୋଲକାତାସ୍ଥିତ ଇଣ୍ଡିଆନ ଆସୋସିଏସନ ଫର ଦ କଲଟିଭେସନ ଅଫ ସାଇନ୍ସରେ ଆସିଷ୍ଟାଂଟ ପ୍ରଫେସର ଭାବେ ଯୋଗଦେଇ ଏବେ ପ୍ରଫେସର ଭାବେ କାମ କରୁଛନ୍ତି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବରନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.