ଗିରଫ ହେଲେ ବୌଦ୍ଧ ଡେପୁଟି କଲେକ୍ଟର

ବୌଦ୍ଧ: ବୌଦ୍ଧ ଡେପୁଟି କଲେକ୍ଟରଙ୍କୁ ଗିରଫ। ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗଙ୍କୁ ଗିରଫ କଲା ଝାରସୁଗୁଡ଼ା ଟାଉନ ଥାନା ପୋଲିସ। ପତ୍ନୀ ନିର୍ଯ୍ୟାତନା ଅଭିଯୋଗରେ ବୌଦ୍ଧ ଡେପୁଟି କଲେକ୍ଟରଙ୍କୁ ଗିରପ କରାଯାଇଛି। ବିଟିଏମ୍ ଫାଣ୍ଡିରେ ରଖି ବୌଦ୍ଧ ଡେପୁଟି କଲେକ୍ଟରଙ୍କୁ ପଚରାଉଚରା କରାଯିବ।
ସୂଚନା ମୁତାବକ, ବୌଦ୍ଧ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ ଅବସ୍ଥାପିତ ଥିବା ଶରତ ବାଗ୍ କୌଣସି କାମରେ ଝାରସୁଗୁଡା ଆସିଥିବା ସମୟରେ ତାଙ୍କର ପତ୍ନୀ ଡୋଳିଆ ଦେବନାଥଙ୍କ ସହିତ ବଚସା ପରେ ଝଗଡା କରିଥିଲେ। ଏହା ପରେ ସେ ଓ ତାଙ୍କର ସାଥୀ ମିଶି ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। କୌଶଳ କ୍ରମେ ସେ ସେଠାରୁ ଖସି ଆସି ଝାରସୁଗୁଡା ଏସପିଙ୍କ ନିକଟରେ ଫେରାଦ ହୋଇଥିଲେ।
ମୌଖିକ ଅଭିଯୋଗ ପରେ ତୁରନ୍ତ ତାଙ୍କର ଜିଲ୍ଲା ଡାକ୍ତରଖାନାକୁ ନେଇ ପରୀକ୍ଷା କରାଯାଇଥିଲା। ଡାକ୍ତରଖାନାରୁ ଫେରିବା ପରେ ସେ ଥାନାରେ ଏତଲା କରିଛନ୍ତି। ଶରତ ବାଗ ଏବଂ ତାଙ୍କର ପତ୍ନୀଙ୍କ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ସେପଟେ ପୁରା ଘଟଣାକୁ ଷଡଯନ୍ତ୍ର ବୋଲି କହିଛନ୍ତି ବୌଦ୍ଧ ଡେପୁଟି କଲେକ୍ଟର।