Odisha Link
Bridging the Missing Links in Odisha

ରାଜ୍ୟରେ କରୋନା: ସୁସ୍ଥ ହେଲେ ଆଉ ୪୨୧୯ ସଂକ୍ରମିତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୪୨୧୯ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୬୨୮ଜଣ ଆରୋଗ୍ୟ ଲାଭ କରିଥିବା ବେଳେ କଟକରୁ ୪୯୪, ପୁରୀରୁ ୨୬୪, ଝାରସୁଗୁଡାରୁ ୨୩୨, ଅନୁଗୋଳରୁ ୨୦୯, ଜଗତସିଂହପୁରରୁ ୧୬୩, କେନ୍ଦ୍ରାପଡାରୁ ୧୬୧, ମୟୂରଭଞ୍ଜରୁ ୧୫୩, ରାୟଗଡାରୁ ୧୩୨, ଯାଜପୁରରୁ ୧୨୯, ବଲାଙ୍ଗୀରରୁ ୧୨୩, ବାଲେଶ୍ୱରରୁ ୧୧୯, ଭଦ୍ରକରୁ ୧୧୪, ସମ୍ବଲପୁରରୁ ୧୧୩, ବରଗଡରୁ ୧୧୨, କନ୍ଧମାଳରୁ ୮୭ ଜଣ ସୁସ୍ଥ ହୋଇଛନ୍ତି।

ଢେଙ୍କାନାଳରୁ ୮୫, କେନ୍ଦୁଝରରୁ ୮୩, ସୋନପୁରରୁ ୭୯, ନବରଙ୍ଗପୁରରୁ ୭୫, କୋରାପୁଟରୁ ୭୨, ଗଞ୍ଜାମରୁ ୬୧, ନୂଆପଡାରୁ ୬୦, ମାଲକାନଗିରିରୁ ୫୬, ସୁନ୍ଦରଗଡରୁ ୫୫ ଓ ନୟାଗଡରୁ ୫୪, ବୌଦ୍ଧରୁ ୪୯, ଗଜପତିରୁ ୩୯, କଳାହାଣ୍ଡିରୁ ୩୫, ଦେଗଗଡରୁ ୨୧ ଜଣ ଆରୋଗ୍ୟଲାଭ କରିଛନ୍ତି। ଏଥିସହ ମୋଟ୍ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫୭୦୦ ରେ ପହଁଞ୍ଚିଛି।

Comments are closed.