Odisha Link
Bridging the Missing Links in Odisha

ଟ୍ୱିନ୍ ସିଟିରେ ୫୦% କର୍ମଚାରୀରେ ଚାଲିବ ସରକାରୀ ଅଫିସ୍

ଭୁବନେଶ୍ବର: ଅକ୍ଟୋବର ମାସରେ ସରକାରୀ ଅଫିସ୍‌ ଚାଲିବା ନେଇ ଗାଇଡଲାଇନ। ଟ୍ୱିନ୍ ସିଟିରେ ୫୦% କର୍ମଚାରୀରେ ଚାଲିବ ଅଫିସ୍। କେଉଁ କର୍ମଚାରୀ ଆସିବେ, କିଏ ଆସିବେ ନାହିଁ ତାହା ବିଭାଗୀୟ ମୁଖ୍ୟ ସ୍ଥିର କରିବେ। ଏଥିସହ ପ୍ରତ୍ୟେକ ଶନିବାର ରାଜ୍ୟର ସମସ୍ତ ସରକାରୀ ଅଫିସ୍‌ ଛୁଟି ରହିବ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ତେବେ ଜରୁରୀ ସେବା ସହ ଜଡ଼ିତ କାର୍ଯ୍ୟାଳୟ ଓ ଏସ୍‌ଆରସି ଅଫିସ, ଓସ୍‌ଡମା, ପୁଲିସ, ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ପୌରସଂସ୍ଥା ଆଦି ସରକାରୀ ସଂସ୍ଥା ସମସ୍ତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ।

ଭୁବନେଶ୍ବର ଓ କଟକରେ ସମସ୍ତ ଅଫିସ୍‌ ଖୋଲା ରହିବ। ହେଲେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ହେବ। ଅଧିକାରୀମାନେ ଅଫିସ୍‌ ଆସିବା ସହ କେଉଁ କେଉଁ ୫୦ ପ୍ରତିଶତ କର୍ମଚାରୀ କେବେ ଆସିବେ ତାହା ନିଷ୍ପତ୍ତି କରିବେ। ମାତ୍ର ଅଫିସର କାର୍ଯ୍ୟରେ ଯେଭଳି କୌଣସି ଅସୁବିଧା ନ ଘଟେ ତାହା ଦାୟିତ୍ବରେ ଥିବା ଅଧିକାରୀ ନିଶ୍ଚିତ କରିବେ।

 

Comments are closed.