Odisha Link
Bridging the Missing Links in Odisha

ହାଥରସ ଅଭିମୁଖେ ରାହୁଲ ଗାନ୍ଧୀ

ହାଥରସ: ହାଥରସ ଅଭିମୁଖେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଛନ୍ତି ରାହୁଲ। ହାଥରସ ଯିବା ସମୟରେ ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମାରେ ରାହୁଲଙ୍କୁ ଅଟକାଇଲା ପ୍ରଶାସନ। କେବଳ ୫ ଜଣଙ୍କୁ ହାଥରସ ଯିବାକୁ ପ୍ରଶାସନ ଅନୁମତି ଦେଇଛି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲଙ୍କ ସମେତ ୫ ଜଣଙ୍କୁ ହାଥରସ ଯିବାକୁ ପ୍ରଶାସନ ଅନୁମତି ଦେଇଛି।

ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ହାଥରସ ପୀଡିତାଙ୍କ ପରିବାରକୁ ସାକ୍ଷାତ କରିବେ ଓ ତାଙ୍କୁ ନ୍ୟାୟ ଦେବେ। ରାହୁଲ ଗାନ୍ଧୀଙ୍କ ଯାତ୍ରା ପାଇଁ ବହୁ ସଂଖ୍ୟାରେ ସୁରକ୍ଷାବଳ ନିୟୋଜିତ କରାଯାଇଛି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ନିଜେ କାର ଚଲାଉଛନ୍ତି ଓ ରାହୁଲ ଗାନ୍ଧୀ ତାଙ୍କ ସାଇଡରେ ବସିଛନ୍ତି। ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ୩୫ ସାଂସଦ ପରିବାରକୁ ସାକ୍ଷାତ କରିବାକୁ ଚାହୁଁଥିଲେ।

Comments are closed.