ବିଧାନସଭାରେ ଉଠିଲା ଖଣି ଦୁର୍ନୀତି ପ୍ରସଙ୍ଗ

ଭୁବନେଶ୍ବର: ବିଧାନସଭାରେ ଉଠିଲା ଖଣି ଦୁର୍ନୀତି ପ୍ରସଙ୍ଗ। ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ। ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ବର୍ଷିଛନ୍ତି ପ୍ରଦୀପ୍ତ। ପ୍ରଦୀପ୍ତ କହିଛନ୍ତି, ଖଣି ମାଫିଆ ଓ ଅଫିସର ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଭିଜିଲାନ୍ସ ମାମଲା ଥିବା ଏକ ନିର୍ଦ୍ଦିଷ୍ଟ କମ୍ପାନୀକୁ କିପରି ଲିଜ୍ ମିଳିଲା। ଖଣି ଲିଜ୍ରୁ ୧ ଲକ୍ଷ କୋଟି ଲୁଟି ନେଇଛନ୍ତି ମୁଷ୍ଟିମେୟ ଅଫିସର। ରାଜ୍ୟସରକାର କିଛି ଲୋକଙ୍କ ସହ ମିଶି ଏହା କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖିଲେ ମଧ୍ୟ, ଉତ୍ତର ମିଳୁନି। ଖଣି ଲିଜ୍ ନବୀକରଣ ଓଡ଼ିଶା ପାଇଁ ଆତ୍ମଘାତୀ। ଦୁର୍ନୀତି ହୋଇଛି, ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ।
ଖଣି ଦୁର୍ନୀତି ନେଇ ନରସିଂହ ମିଶ୍ର କହିଛନ୍ତି, ୩ ବର୍ଷରେ ୯ଟି ଖଣିରୁ ୩୬୦୦ କୋଟି ରାଜସ୍ବ ହରାଇଛି ଓଡ଼ିଶା। ଏଥି ପାଇଁ ସରକାର ଦାୟୀ। ଖଣି ଚୋରି ଓ ଦୁର୍ନୀତି ବ୍ୟାପକ ହେଉଛି।
ଏ ପ୍ରସଙ୍ଗରେ ଗୃହରେ ବିରୋଧୀଙ୍କୁ ଜବାବ ରଖିଲେ ବିଜେଡି ବିଧାୟକ ପ୍ରତାପ ଦେବ। ସେ କହିଛନ୍ତି, ୨୦୧୫ ୧୬ ରେ ପିୟୁସ ଗୋଏଲ ଓ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଆସି କହିଲେ ଓଡିଶା ଖଣି ରାଜସ୍ବରୁ ଲକ୍ଷାଧିକ ଟଙ୍କା ପାଇବ। ହେଲେ କେତେ ଟଙ୍କା ଓଡିଶାକୁ ମିଳିଲା ବୋଲି ମତ ଦେଇଛନ୍ତି। ଖଣି ନିଲାମ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ହୋଇଛି। କିଛି ଲୁଚାଯାଉନାହିଁ। ସିଇସି ତଦନ୍ତ ବେଳେ କାହିଁକି କଂଗ୍ରେସ ତଥ୍ୟ ରଖି ନ ଥିଲା । ନିର୍ଦ୍ଧିଷ୍ଟ ତଥ୍ୟ ଥିଲେ ବିରୋଧୀ ସର୍ବସମ୍ମୁଖରେ ରଖନ୍ତୁ କିନ୍ତୁ ଏହାକୁ ରାଜନୀତି କରାନଯାଉ। ବରଂ ଆଲୋଚନା କରି ସମାଧାନ କରାଯାଉ।
Comments are closed.