Odisha Link
Bridging the Missing Links in Odisha

କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର ଓ ସାଂସଦ ଡି.କେ ସୁରେଶଙ୍କ ଘରେ ସିବିଆଇ ଚଢ଼ଉ

ନୂଆଦିଲ୍ଲୀ: କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର ଏବଂ ତାଙ୍କ ସାଂସଦ ଭାଇ ଡି.କେ ସୁରେଶଙ୍କ ଘରେ ସିବିଆଇ ଚଢ଼ଉ କରିଛି। ୧୫ଟି ଭିନ୍ନ ଭିନ୍ନ ସ୍ଥାନରେ ଉପରେ ଚଢ଼ଉ କରିଛି ସିବିଆଇ।ସିବିଆଇ ଟିମ୍‌ ବେଙ୍ଗାଲୁରୁର ଡୋଡ୍ଡାଲହଲ୍ଲା, କନକପୁରା ଏବଂ ସଦାଶିବ ନଗରରେ ଚଢ଼ଉ କରିଛି। ଦୁର୍ନୀତି ମାମଲାକୁ ନେଇ ସିବିଆଇ ଏହି ଚଢ଼ଉ କରିଥିବା ଜଣା ପଡ଼ିଛି।

ଆଜି ସକାଳ ୬ଟାରୁ କନକପୁରା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡୋଡ୍ଡାଲ୍ଲାହଲି ଗାଁର ଡି.କେ ଶିବକୁମାରଙ୍କ ଘରେ ସିବିଆଇ ଚଢ଼ଉ ଆରମ୍ଭ ହୋଇଥିଲା। ଡି.କେ ଶିବକୁମାର ବିଧାନସଭାରେ କନକପୁରା ବିଧାନସଭା ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଥିବାବେଳେ ତାଙ୍କ ଭାଇ ଡି.କେ ସୁରେଶ ବେଙ୍ଗାଲୁରୁର ଗ୍ରାମରୁ ସାଂସଦ ଅଟନ୍ତି।

ସିବିଆଇ ଚଢ଼ଉକୁ କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମୈୟା ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ପ୍ରତିଶୋଧର ରାଜନୀତିକୁ ବଦଳାଇବା ଏବଂ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିଜେପି ସର୍ବଦା ଚେଷ୍ଟା କରୁଛି। ଉପ-ନିର୍ବାଚନ ପାଇଁ ଆମେ କରୁଥିବା ପ୍ରସ୍ତୁତିରେ ବାଧା ଉପୁଜାଇବା ବିଜେପି ଡି.କେ ଶିବକୁମାରଙ୍କ ଘରେ ସିବିଆଇ ଚଢ଼ଉ କରାଇଛି। ମୁଁ ଏହାକୁ ଦୃଢ଼ ନିନ୍ଦା କରୁଛି।

Comments are closed.