ଅଯୋଧ୍ୟା ରାମ ମନ୍ଦିରରେ ପହଁଞ୍ଚିଲା ୬ଶହ କେଜି ଓଜନର ଘଣ୍ଟି, ବାଜିଲେ ଶୁଭିବ ‘ଓମ୍’ ଧ୍ବନି

ଅଯୋଧ୍ୟା: ବହୁ ବର୍ଷର ବାଦ ବିବାଦ ପରେ ଶେଷରେ ରାମ ଜନ୍ମଭୂମି ଅଯେଧ୍ୟାରେ ନିର୍ମିତ ହେଉଛି ଭବ୍ୟ ରାମ ମନ୍ଦିର। ମନ୍ଦିର ନିର୍ମାଣକୁ ନେଇ ସାରା ଦେଶର ଶ୍ରଦ୍ଧାଳୁ, ସଂସ୍କୃତି ପ୍ରମେୀଙ୍କ ମନରେ ଲାଗି ରହିଛି ଉତ୍ସାହ। ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନେ ପ୍ରତିଦିନ କିଛି ନା କିଛି ଦାନ କରିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି। ତେବେ ଏସବୁ ଭିତରେ ରାମମନ୍ଦିରକୁ ମିଳିଛି ଏକ ବିରାଟ ଘଣ୍ଟି। ମନ୍ଦିର ନିର୍ମାଣ ହେବାପରେ ଏହି ଘଣ୍ଟିକୁ ମନ୍ଦିରରେ ଲଗାଯିବ। ମିଳିଥିବା ଏହି ଘଣ୍ଟି କୌଣସି ସାଧାରଣ ଘଣ୍ଟି ନୁହେଁ। ଏହି ଘଣ୍ଟିର ଓଜନ ପ୍ରାୟ ୬ ଶହ କେଜିରୁ ଅଧିକ ରହିଛି। ତେବେ ଏହି ଘଣ୍ଟିର ବିଶେଷତ୍ବ ହେଉଛି ଏହା ଗୋଟିଏ ଥର ବାଜିଲେ ତାହା ଆଖ ପାଖ ଅଞ୍ଚଳର ୧୦ କିମି ପର୍ଯ୍ୟନ୍ତ ଶୁଭିବ। ଆଉ ଏହାର ଧ୍ବନିରେ ‘ଓମ୍’ ଧ୍ବନି ଶୁଣାଯିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରରେ ରାମେଶ୍ବରମରୁ ବାହାରିଥିବା ରାମରଥ ଯାତ୍ରା ଦିର୍ଘ ୪ ହଜାର ୫୫୫ କିଲୋମିଟର ଯାତ୍ରା କରି ଅଯୋଧ୍ୟାରେ ପହଞ୍ଚିଛି। ଏହି ଯାତ୍ରାରେ ଏକ ୧୮ ଜଣିଆ ଦଳ ଭାଗନେଇଥିଲେ। ପ୍ରାୟ ୧୦ ଟି ରାଜ୍ୟକୁ ଏହି ଯାତ୍ରା ମାଧ୍ୟମରେ ଅତିକ୍ରମ କରି ଅଯୋଧ୍ୟାରେ ପହଞ୍ଚିଛନ୍ତି। ସେମାନେ ଏହି ବିରାଟକାୟ ଘଣ୍ଟି ସହ ରାମ, ସୀତା, ଲକ୍ଷ୍ମଣ, ହନୁମାନଙ୍କ ସହ ଶ୍ରୀଗଣେଶଙ୍କ ମୂର୍ତ୍ତି ନେଇ ଆସିଛନ୍ତି। ଏହି ସମସ୍ତ ମୂର୍ତ୍ତି ଗୁଡିକ ବ୍ରୋଞ୍ଚ ଧାତୁରେ ନିର୍ମାଣ ହୋଇଛି।
ରାମରଥ ଯାତ୍ରା କାଉନସିଲ ପକ୍ଷରୁ ଏହି ସମସ୍ତ ଜିନିଷକୁ ମନ୍ଦିର ଟ୍ରଷ୍ଟବୋର୍ଡକୁ ହସ୍ତାନ୍ତର କରାଯାଇଛି। ଏନେଇ କାଉନସିଲର ସାଧାରଣ ସମ୍ପାଦିକା ରାଜଲକ୍ଷ୍ମୀ ମନ୍ଦା ଏନେଇ କହିଛନ୍ତି ଯେ ଦୀର୍ଘ ଦିନର ଏକ ଅବସାନ ଅନ୍ତ ହୋଇଛି।
Comments are closed.