Odisha Link
Bridging the Missing Links in Odisha

ମୃତକଙ୍କ ବେକରୁ ସୁନା ଚେନ ଚୋରି

କଟକ :କଟକ ବଡ଼ ମେଡ଼ିକାଲ ଏକ ଅଭାବନୀୟ ଘଟଣା ଘଟିଛି । ଶବ ବେକରୁ ଚେନ ଚୋରି ହୋଇଯାଇଛି । ସକାଳେ ମୃତ ମହିଳାଙ୍କ ବେକରେ ଝୁଲୁଥିବା ଚେନ ସଞ୍ଜରେ ଗାଏବ ହୋଇଯାଇଥିଲା ।

ମୃତାଙ୍କ ପୁଅ ଏହା ଅଭିଯୋଗ କରିଛନ୍ତି । ତେବେ ବଡ ମେଡିକାଲର ଆଇସୋଲେସନ ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ତେବେ ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳର ଜଣେ ଯୁବକ ସୁବୋଧ ସରାଫ ନିଜ ମାଆଙ୍କୁ ନେଇ କଟକ ବଡ ମେଡିକାଲ ଯାଇଥିଲେ ।

ଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ପରେ ଭୁବନେଶ୍ୱରର ଦୁଇଟି ସରକାରୀ ମେଡିକାଲରେ ଦେଖାଇଥିଲେ ।

ମାତ୍ର ସେଠାରେ ସାମାନଙ୍କୁ ଫେରାଇ ଦେବା ପରେ କଟକ ନେଇଥିଲେ ହେଁ ବଡ ମେଡିକାଲରେ ଚିକିତ୍ସା ନକରାଇ ସିଧା ଆଇସୋଲେସନ ୱାର୍ଡକୁ ପଠାଇ ଦେଇଥିଲେ ।

Comments are closed.